Latest Odisha News

ଅଗଷ୍ଟ ୨୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି 

ଭୁବନେଶ୍ବର: ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଅଗଷ୍ଟ ୨୬ ତାରିଖରେ ସରକାରୀ ଛୁଟି ପଡୁଥିବା ଯୋଗୁ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ।

ଏହି ଦିନ ଜନ୍ମାଷ୍ଟମୀ ପଡୁଥିବାରୁ ସରକାରୀ ଛୁଟି ରହିଛି। ଯାହା ଫଳରେ ଏହି ଦିନରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.