Latest Odisha News

BREAKING NEWS

ଓଡିଶାରେ ୧୨ ସ୍ୱାଇନ ଫ୍ଲୁ ମାମଲା; ଭୁବନେଶ୍ୱରରେ ସର୍ବାଧିକ

ଭୁବନେଶ୍ୱର: ଗତ ୩ ସପ୍ତାହ ମଧ୍ୟରେ ଓଡିଶାରେ ହୋଇଥିବା ସ୍ୱାଇନ୍ ଫ୍ଲୁ ଟେଷ୍ଟରୁ ପ୍ରାୟ ୧୨ ଜଣକ ରିପୋର୍ଟ ପଜେଟିଭ୍ ବାହାରିଛି ।

ସେଥିମଧ୍ୟରୁ ଭୁବନେଶ୍ୱର ଏବଂ ଏହାର ଉପକଣ୍ଠରୁ ସର୍ବାଧିକ ରୋଗୀଙ୍କ ମଧ୍ୟରେ ଏଚ୧ଏନ୧ ଭାଇରସ୍ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୁତ୍ରରୁ ପ୍ରକାଶ ।

ସଦ୍ୟତମ ରିପୋର୍ଟ ଅନୁଯାୟୀ ଖୋର୍ଦ୍ଧାର ଜଣେ ବୟସ୍କା ମହିଳାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଳରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଗତ ୨୦୧୯ ମସିହାରେ ଓଡିଶାରେ ପ୍ରାୟ ୨୦୬ଟି ସ୍ୱାଇନ ଫ୍ଲୁ ମାମଲା ନଜରକୁ ଆସିଥିଲା । ତନ୍ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୮ ମସିହାରେ ୩୩ ମାମଲା ଚିହ୍ନଟ ହୋଇଥିଲା । ସେଥିମଧ୍ୟରେ ୭ ଜଣଙ୍କର ପ୍ରାଣହାନୀ ଘଟିଥିଲା ।

Comments are closed.