Latest Odisha News

BREAKING NEWS

ତୈଳ ଦର ବୃଦ୍ଧିର ପ୍ରତିବାଦ, ୧୫ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା କଂଗ୍ରେସ ଦେଇଛି ବନ୍ଦ ଡାକରା । ଆସନ୍ତା ୧୫ ତାରିଖରେ ରାଜ୍ୟରେ ବନ୍ଦ ପାଳନ କରିବ କଂଗ୍ରେସ । ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ୧୫ ତାରିଖ ସକାଳ ୭ଟାରୁ ଦିନ ୧ଟା ଯାଏ ଓଡ଼ିଶା ବନ୍ଦ ପାଳନ କରିବ କଂଗ୍ରେସ ।

ତୈଳ ଦର ବଢୁଥିବା ବେଳେ ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ । ପୂର୍ବରୁ ବ୍ରହ୍ମପୁର ସମାବେଶରେ ଏନେଇ ଚେତାବନୀ ଦେଇଥିଲା ଦଳ । ତୈଳ ଦର ହ୍ରାସ ନହେଲେ ୧୫ ତାରିଖରେ ଓଡ଼ିଶା ବନ୍ଦ କରିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଥିଲେ ।

Leave A Reply

Your email address will not be published.