Latest Odisha News

BREAKING NEWS

ଏକାମ୍ର କ୍ଷେତ୍ର ପାଇଁ NMAର ବାଇ-ଲ’ ପ୍ରତ୍ୟାହାର ନେଇ କଂଗ୍ରେସର ଦସ୍ତଖତ ଅଭିଯାନ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନଏମଏର ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର ଦାବି ତେଜିବାରେ ଲାଗିଛି । ଆଜି ଦସ୍ତଖତ ଅଭିଯାନ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ଲିଙ୍ଗରାଜ ମନ୍ଦିର ଆଗରୁ ଅଭିଯାନର ଶୁଭାରମ୍ଭ କରିଛି ଦଳ । ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

୩ ଦିନ ଧରି ଏକାମ୍ରକ୍ଷେତ୍ରରୁ ସଂଗ୍ରହ ହେବ ଦସ୍ତଖତ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଦସ୍ତଖତ ସମ୍ବଳିତ ଦାବିପତ୍ର ପଠାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏକାମ୍ର କ୍ଷେତ୍ରରେ ଅନନ୍ତବାସୁଦେବ ଓ ଭୁଷଣ୍ଡେଶ୍ୱର ମନ୍ଦିର ପାଇଁ ଏନଏମର ବାଇ ଲ’କୁ  ସେବାୟତ ଓ ଏକାମ୍ରକ୍ଷେତ୍ର ବାସିନ୍ଦା ବିରୋଧ କରୁଛନ୍ତି ।

ଗତକାଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟି ଚିଠା ଉପନିୟମ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ବିଜେଡି ସାଂସଦ । ସେହିପରି ସେବାୟତ ବି ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ଦିନେ ପୂର୍ବରୁ ଲିଙ୍ଗରାଜ ମନ୍ଦିର ଆଗରେ ସେବାୟତ ଓ ସ୍ଥାନୀୟ ବାସିନ୍ଦା ହଜାର ହଜାର ଦୀପ ଲଗାଇ ପ୍ରତିବାଦ ଜଣାଇଥିଲେ ।

Comments are closed.