Latest Odisha News

BREAKING NEWS

ରଣହୁଙ୍କାର ପରେ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ ଆଲୋଚନା କଲେ ସରକାର

ଭୁବନେଶ୍ୱର: ବର୍ଷାରେ ଭିଜିଲେ, ହକର ସ୍ୱର ଉଠାଇଲେ । ଲୋୟର ପିଏମଜିରେ ରବିବାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ରଣହୁଙ୍କାର ପରେ ଆଲୋଚନା କରିଛନ୍ତି ସରକାର । ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଥିବା କୁହାଯାଇଛି ।

BjdElectrycity

୧୫ ଦିନ ଭିତରେ ସରକାର ଚୁକ୍ତିଭିତ୍ତିକ ମହାସଂଘ ରଖିଥିବା ଦାବିର ବିଚାର କରି ନିଷ୍ପତ୍ତି ନେବେ । ଦାବି ପୂରଣ ନହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଂଘ କହିଛି । ସରକାର ମହାସଂଘର ଦାବି ମାନି ନେଲେ ରାଜ୍ୟ ସରକାରଙ୍କ ୪୨ଟି ବିଭାଗର କାର୍ଯ୍ୟରତ ୭୦ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଉପକୃତ ହେବେ ।

ରବିବାର ଭୁବନେଶ୍ୱର ଲୋୟର ପିଏମଜିରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନ କରିଥିଲେ ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ । ଆଜି ସଂଘ ସହିତ ରାଜ୍ୟ ସରକାର କରିଥିବା ଆଲୋଚନା ସଫଳ ହୋଇଥିବା କୁହାଯାଉଛି ।

Leave A Reply

Your email address will not be published.