Latest Odisha News

BREAKING NEWS

ଚଳନ୍ତା ଟ୍ରେନରେ ଛୁରାମାଡ଼ କରି ବନ୍ଧାହେଲେ ଅଭିଯୁକ୍ତ

ଭୁବନେଶ୍ୱର: ଚଳନ୍ତା ଟ୍ରେନରେ ଛୁରାମାଡ଼ । ଫାଲକନାମା ଏକ୍ସପ୍ରେସ ଫ୍ୟାଣ୍ଟ୍ରି କାର୍‌ରେ ଛୁରାମାଡ଼ ହୋଇଛି । ଛୁରାମାଡ଼ରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ରେଳବାଇ ପୋଲିସ ଆରମ୍ଭ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି ।

ଫାଲକନାମା ଏକ୍ସପ୍ରେସ୍ ଟ୍ରେନର ପ୍ୟାଣ୍ଟ-ଟ୍ରି ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ଜଣେ ଯୁବକ । ଯୁବକଙ୍କ ଛୁରାମାଡ଼ରେ ଦୁହେଁ ଲହୁଲୁହାଣ ହୋଇ ପଡ଼ିଥିଲେ । ଛୁରାମାଡ଼ କରିଥିବା ଯୁବକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକଙ୍କ ନାମ ବାପୁନି ଦାସ ।

Leave A Reply

Your email address will not be published.