Latest Odisha News

BREAKING NEWS

ବିହାରବାସୀଙ୍କୁ ବିଜେପିର ପ୍ରତିଶ୍ରୁତି: ମାଗଣାରେ କରୋନା ଟିକା ଓ ୧୯ ଲକ୍ଷ ନିଯୁକ୍ତି

ପାଟନା: ବିହାର ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିଲେ ସମସ୍ତଙ୍କୁ ମାଗଣାରେ କରୋନା ଟିକା ଦେବ ବିଜେପି । ଲୋକଙ୍କ ଘରେ ପହଞ୍ଚିଇବ । ନିର୍ବାଚନ ଇସ୍ତାହରରେ ଏଭଳି ପ୍ରତିଶ୍ରୁତି ଦେଇଛି ବିଜେପି । ଆଜି ପାଟନାରେ ବିଜେପି ନେତ୍ରୀ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦଳର ନିର୍ବାଚନ ଇସ୍ତାହାର ଜାରି କରିଛନ୍ତି ।

ବିହାରବାସୀଙ୍କୁ ମାଗଣାରେ କରୋନା ଟିକା ସହ ଦରଭଙ୍ଗାରେ ଏମ୍ସ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଛି ବିଜେପି । ନିର୍ବାଚନୀ ଇସ୍ତାହରରେ ପାଞ୍ଚ ସୂତ୍ର, ଗୋଟିଏ ଲକ୍ଷ୍ୟ ଓ ୧୧ଟି ସଂକଳ୍ପ ଉପରେ ଗୁରୁତ୍ୱ ଦେଇଛି ଦଳ । ଭୋଟରଙ୍କୁ କେତେ କଣ ପ୍ରତିଶ୍ରୁତି ଦେଇଛି ।

ନିଯୁକ୍ତି କାର୍ଡ ଖେଳିଛି ବିଜେପି । ପ୍ରତିଶ୍ରୁତି ଦେଇଛି ସରକାରକୁ ଆସିଲେ ୫ ବର୍ଷରେ ୧୯ ଲକ୍ଷ ନିଯୁକ୍ତି ଦେବ । ସେହିପରି ରାଜ୍ୟରେ ୩ ଲକ୍ଷ ଶିକ୍ଷକ ନିଯୁକ୍ତି, ୨୦୨୨ ସୁଦ୍ଧା ଗରିବଙ୍କ ପାଇଁ ୩୦ ଲକ୍ଷ ପକ୍କା ଘର ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ଲକ୍ଷେ ନିଯୁକ୍ତି ନେଇ ଘୋଷଣା କରିଛି ବିଜେପି ।

ଏହାବ୍ୟତୀତ ଦୁଗ୍ଧ ଉତ୍ପାଦନ ପାଇଁ ଆଗାମୀ ଦୁଇ ବର୍ଷରେ ନୂଆ ପ୍ରୋସେସିଂ ୟୁନିଟ୍ ସ୍ଥାପନ କରିବାକୁ ଇସ୍ତାହାରରେ ଉଲ୍ଲେଖ କରିଛି ବିଜେପି । ମୋଟାମୋଟି ଭାବରେ ବିହାର ବିଧାନସଭା ନିର୍ବାଚନ ଇସ୍ତାହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ପ୍ରତିଫଳନ ଦେଖିବାକୁ ମିଳିଛି ।

Leave A Reply

Your email address will not be published.