Latest Odisha News

BREAKING NEWS

ଜେରା ପାଇଁ ରିମାଣ୍ଡରେ ଯାଇପାରେ ସନ୍ଦିଗ୍ଧ ଆତଙ୍କୀ ବୁଖାରୀ: ଆଜି ହୋଇପାରେ ଆବେଦନ

ଭୁବନେଶ୍ୱର:ଓଡ଼ିଶାରୁ ଗିରଫ ସନ୍ଦିଗ୍ଧ ଆତଙ୍କୀ ଇଶାନ ବୁଖାରୀକୁ ନେଇ ସାଂଘାତିକ ତଥ୍ୟ ଏସଟିଏଫ ହାତରେ ଲାଗିଛି । ବୁଖାରୀ ହ୍ୱାଟ୍ସଅପ ଚାର୍ଟରୁ ଏହି ତଥ୍ୟ ପାଇଛି ଏସଟିଏଫ । ଅଧିକ ଜେରା ପାଇଁ ଆଜି ତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ।

ଏସଟିଏଫ ତଥ୍ୟ ଅନୁସାରେ, ବୁଖାରୀର ହ୍ୱଟ୍ସଅପ ଚାଟରୁ ଆଇଏସଆଇ ଏଜେଣ୍ଟ ସହ ବୁଖାରୀର ସମ୍ପର୍କ ଥିବା ପ୍ରମାଣ ମିଳିଛି । ବୁଖାରି ନିକଟରୁ ଜବତ ହୋଇଥିବା ୪ ଟି ଫୋନରୁ କିଛି ଏଭଳି ତଥ୍ୟ ଲାଗିଛି ଏସଟିଏଫ ହାତରେ । ଏହା ବ୍ୟତୀତ କିଛି ଦେଶ ବିଦ୍ରୋହୀ ତତ୍ତ୍ୱଙ୍କ ସହ ମଧ୍ୟ ବୁଖାରୀର ଲିଙ୍କ ରହିଥିବା ଜଣାପଡିଛି ।   କିଛି ଡିଲିଟ ହୋଇଥିଲେ ମଧ୍ୟ ଏହାକୁ ଜାଣିବା ପାଇଁ ଏସଟିଏଫ ଉଦ୍ୟମ କରୁଛି । ଆବଶ୍ୟକ ପଡିଲେ ଏହାକୁ ଫୋରେନସି ଲାବକୁ ପଠାଯିବ ବୋଲି କହିଛି ।

ଏଠି କହିରଖିବୁ, ନିଜକୁ ଜଣେ ଡାକ୍ତର ବୋଲି କହି ବୁଖାରୀ ଏକାଧିକ ଯୁବତୀଙ୍କୁ ବିବାହ କରିଥିଲା । ଧର୍ମଶାଳାର ନେଉଳପୁର ମିଲତନଗରରେ ଜଣେ ଶିକ୍ଷୟିତ୍ରୀଙ୍କୁ ବିବାହ କରି ରହୁଥିଲା ବୁଖାରୀ । ସେଠାରେ ତାଙ୍କର ଶିକ୍ଷୟିତ୍ରୀ ପତ୍ନୀ  ତାଙ୍କ ଝିଅ ରହୁଛନ୍ତି । ୨୦୧୮ରୁ ଏହି ଘରକୁ ବୁଖାରୀ କୁଆଡେ ନିୟମିତ ଭାବେ ଆସୁଥିଲେ । ୨୦୨୦ରେ ଏକ ଅଭିଯୋଗ ମାମଲାରେ ବୁଖାରୀକୁ ପଚରାଉଚରା କରି ଛାଡିଦେଇଥିଲା । ଏପରିକି ଆଧାରକାର୍ଡ ପାଇଁ ଉଦ୍ୟମ କରି ବି ବିଫଳ ହୋଇଥିଲା ବୁଖାରୀ ।

ଗିରଫ ପରେ ବୁଖାରୀକୁ  ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଜାମିନ ନାମଞ୍ଜୁର ହେବା ପରେ ବୁଖାରୀକୁ ରଗଡି ଜେଲକୁ ପଠାଇ ଦିଆଯାଇଛି । ତେବେ ଖୁବଶୀଘ୍ର ତାକୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରିବ ଏସଟିଏଫ ।

Leave A Reply

Your email address will not be published.