Latest Odisha News

BREAKING NEWS

ରାଜ୍ୟରେ ପାଞ୍ଚ ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା ସଂକ୍ରମଣ । ଦୈନିକ କେସ୍ ତଳକୁ ତଳକୁ ଖସୁଛି । ପାଞ୍ଚ ଶହ ତଳକୁ ଖସିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୯୨ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୮୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୦୩ । ୧୮ ବର୍ଷ ଭିତରେ ଆଉ ୧୨୨ ପଜିଟିଭ୍ ବାହାରିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୫୦ ତଳକୁ ଖସିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୪୫ ପଜିଟିଭ୍ ବାହାରିଛନ୍ତି । ଯାଜପୁରରୁ ୩୬, କଟକରୁ ଆଉ ୩୨ ଜଣ ସଂକ୍ରମିତ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ଦୈନିକ ସଂକ୍ରମଣ ୩୦ ଭିତରେ ରହିଛି ।

୧୮ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ୍ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୮୨ହଜାର ୪୮୧କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୬୭ହଜାର ୧୦୯ ଆକ୍ରାନ୍ତ । ଏବେ ରାଜ୍ୟରେ ୬ହଜାର ୩୦୮ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.