Latest Odisha News

BREAKING NEWS

ପୁରୀରେ ବିଶ୍ଵ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତକାଲ ସେ ଶ୍ରୀକ୍ଷେତ୍ରରେ ରାତ୍ରିଯାପନ କରିଥିଲେ । ଆଜି ସକାଳ ୧୦ଟା ୩୫ରେ ପୁରୀ ବଡ଼ଦାଣ୍ଡ ସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୧୧ଟାରେ ଶରଧାବାଲିରେ ହେବାକୁ ଥିବା ବିଶ୍ଵ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେବେ । ବିଶ୍ଵ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି । ୩ଦିନ ଧରି ସମ୍ମିଳନୀ ଚାଲିବ । ସେଠାରେ ପ୍ରାୟ ଏକ ଘଣ୍ଟା ରହିବେ ।

ଦିନ ୧୨ଟା ବେଳେ ଭୁବନେଶ୍ୱର ଅଭିମୁଖେ ଫେରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱର ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପୁଣି ଦିଲ୍ଲୀ ଫେରିଯିବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ପ୍ରାୟ ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପରିବାର ସଦସ୍ୟ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ସିଂହଦ୍ୱାର ଦେଇ ବାଇଶି ପାହାଚ ଅତିକ୍ରମ କରି ଗର୍ଭଗୃହ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଦେଶର ପ୍ରଥମ ନାଗରିକ । ପାଖାପାଖି ୪୫ ମିନିଟ ମନ୍ଦିର ଭିତରେ ବିତାଇଥିଲା । ବାନା ବାନ୍ଧିବା ଦୃଶ୍ୟ ଦେଖି ଅବିଭୂତ ହୋଇଥିଲେ ରାଷ୍ଟ୍ରପତି । ପୁରୀ ରାଜଭବନରେ ରାତ୍ରିଯାପନ କରିଥିଲେ ।

Comments are closed, but trackbacks and pingbacks are open.