ଭୁବନେଶ୍ୱର: କଲେଜ ପିଲା ପଢ଼ିବେ ସେୟାର ମାର୍କେଟ୍ ପାଠ। ମାଗଣାରେ ମିଳିବ ମ୍ୟୁଚୁଆଲ ଫଣ୍ଡ, ଇନ୍ୟୁରାନ୍ସ ଓ ଆର୍ଥିକ କାରବାରର ତାଲିମ। ବିକମ୍, ବିଏମଏସ, BBA, BA, MBA ଓ ଏମକମ୍ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଏହି ଶିକ୍ଷା। ୩୦ଘଣ୍ଟାର ବ୍ୟବସାୟିକ ମ୍ୟୁଚୁଆଲ ଫଣ୍ଡ ସାର୍ଟିଫିକେଟ୍ କୋର୍ସ ପ୍ରଦାନ କରାଯିବ। ଏନଆଇଏସଏମ୍ ସାର୍ଟିଫିକେସନ୍ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ କରାଯିବ।

୧ମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର, ଭଦ୍ରକ, ଢେଙ୍କାନାଳ, ଜୟପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ରାଉରକେଲା ଓ ସମ୍ବଲପୁରରେ କାର୍ଯ୍ୟକାରୀ ହେବ। ଚିହ୍ନଟ ୯୭ କଲେଜ ଓ ବିଶ୍ୱବିଦ୍ୟାଳୟରେ ଯୋଜନା କାର୍ଯ୍ୟକାରୀ କରାଯିବ। ପିଲାମାନଙ୍କ ପାଇଁ ସେୟାର ମାର୍କେଟ୍ (Share Market) ବା ଅଂଶଧନ ବଜାର ପାଠ ପଢ଼ିବା ଏକ ଉତ୍ତମ ନିଷ୍ପତ୍ତି। ଏହା ପିଲାଙ୍କୁ ଆର୍ଥିକ ଜ୍ଞାନ (Financial Literacy), ସଞ୍ଚୟ ଏବଂ ପୁଞ୍ଜି ବିନିଯୋଗ (Investment) ଶିଖାଇଥାଏ।

Comments are closed.