Latest Odisha News

BREAKING NEWS

ଭୋଟ ଦେଉଛି ଓଡିଶା, ଅପରାହ୍ନ ୫ଟା ସୁଦ୍ଧା ୬୨.୪୬% ଭୋଟିଂ

ଭୁବନେଶ୍ଵର: ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଦେଇ ନିଜ ପ୍ରତିନିଧି ବାଛୁଛନ୍ତି ଭୋଟର । ୪୬୦ ନେତାଙ୍କର ଭାଗ୍ୟ ପରିକ୍ଷା ହେବ । ଅପରାହ୍ନ ୫ଟା ସୁଦ୍ଧା ୬୨.୪୬% ଭୋଟିଂ ହୋଇଛି । ବାଲେଶ୍ବରରେ ୬୧.୯୧% ମତଦାନ ହୋଇଥିବା ବେଳେ ଭଦ୍ରକରେ ୫୮.୨୧%, ଜଗତସିଂହପୁରରେ ୬୫.୯୩%, ଯାଜପୁରରେ ୬୨.୯୨%, କେନ୍ଦ୍ରାପଡ଼ାରେ ୬୨.୦୨% ଓ ମୟୂରଭଞ୍ଜରେ ୬୪.୧୭% ମତଦାନ ହୋଇଛି । ଏପର୍ଯ୍ୟନ୍ତ ଜଗତସିଂହପୁରରେ ସର୍ବାଧିକ ମତଦାନ ହୋଇଥିବା ବେଳେ ଭଦ୍ରକରେ ସର୍ବନିମ୍ନ ଭୋଟିଂ ହୋଇଛି।

ସୂଚନା ଅନୁସାରେ, ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଆରମ୍ଭରୁ କିଛି ସ୍ଥାନରେ ଇଭିଏମ୍‌ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ବ ହୋଇଥିଲା। କିନ୍ତୁ ‌ପରେ ମତଦାନ ହୋଇଥିଲା । ସେପଟେ କିଛି ସ୍ଥାନରୁ ହିଂସାର ଖବର ମଧ୍ୟ ସାମ୍ନାକୁ ଆସିଛି ।

Comments are closed.