Latest Odisha News

BREAKING NEWS

ଠକ ଡାକ୍ତର ରମେଶ ସ୍ୱାଇଁର ମିଛଧରା ପରୀକ୍ଷାରେ ୯୦ ପ୍ରଶ୍ନ

ଭୁବନେଶ୍ୱର: ୧୮ ମହିଳାଙ୍କ ରସିକିଆ ସ୍ୱାମୀ ରମେଶ ସ୍ୱାଇଁର ଆଜି ହେବ ମିଛଧରା ପରୀକ୍ଷା । ଝାରପଡା ଜେଲରୁ ଆଣି ରାଜ୍ୟ ଫୋରେନସିକ ଲାବକୁ ରମେଶକୁ ଆଣିବ ପୁଲିସ । ମହିଳାଙ୍କୁ ବିବାହ, ଡାକ୍ତରୀ ପାଠ ପଢା ନାଁରେ ଠକେଇ, ଚାକିରି କରାଇଦେବା ନାଁରେ ଚୂନ ଲଗାଇବା ସହିତ ଅନେକ ବ୍ୟବସାୟୀଙ୍କୁ ଠକେଇ କରିଥିବା ଅଭିଯୋଗ ରହିଛି ଏହି ନକଲି ଡାକ୍ତରଙ୍କ ନାଁରେ ।

୧୩ ଦିନିଆ ରିମାଣ୍ଡରେ ପୁଲିସ ରମେଶକୁ ଆଣିଥିଲା । ହେଲେ ତଥ୍ୟ ଓ ପ୍ରମାଣ ଯୋଗାଡ କରିବାରେ ସଫଳ ହୋଇନଥିଲା ପୁଲିସ । ଏହାପରେ ମିଛଧରା ପରୀକ୍ଷା ପୁଲିସ ପାଇଁ ଶେଷ ଅସ୍ତ୍ର ଥିଲା । ଗତକାଲି ରମେଶ ସ୍ୱାଇଁର ପ୍ରଥମ ପତ୍ନୀଙ୍କୁ ପୁଲିସ ଜେରା କରିଥିଲା । ଏହି ସମୟରେ ପୁଲିସ ୯୦ଟି ପ୍ରଶ୍ନ ପ୍ରସ୍ତୁତ କରିଥିବା ସୂଚନା ରହିଛି । ରମେଶ ସ୍ୱାଇଁ ଏବେ ଗିରଫ ହୋଇ ଝାରପଡା ଜେଲରେ ରହିଛି ।

ରମେଶର ଗିରଫଦାରୀକୁ ମାସେ ପୁରିଥିଲେ ମଧ୍ୟ ଠକେଇ ସିଣ୍ଡିକେଟରେ ସାମିଲ ଥିବା ଦ୍ୱିତୀୟ ପତ୍ନୀ, ଭିଣୋଇ ଓ ଡ୍ରାଇଭର ଫେରାର ଥିବାରୁ ସେମାନଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ ।

Comments are closed, but trackbacks and pingbacks are open.