Latest Odisha News

BREAKING NEWS

ରଥଯାତ୍ରା ଅବସରରେ ଓଡିଶା ଏଫସିର ମହିଳା ଟିମ ଘୋଷଣା

ଭୁବନେଶ୍ୱର: ଫୁଟବଲ ପ୍ରେମୀଙ୍କ ପାଇଁ ଖୁସି ଖବର । ରଥଯାତ୍ରା ପରି ଶୁଭ ଦିନରେ ଇଣ୍ଡିଆନ ସୁପର ଲିଗର ଟିମ ଓଡିଶା ଏଫସି ଏହାର ମହିଳା ଦଳ ଘୋଷଣା କରିଛି । କ୍ରିସପିନ ଛେତ୍ରୀଙ୍କୁ ମହିଳା ଦଳର ମୁଖ୍ୟ କୋଚ ନିଯୁକ୍ତ କରାଯାଇଛି । ନିକଟରେ ସମ୍ପନ୍ନ ହୋଇଥିବା ଇଣ୍ଡିଆନ ଓମ୍ୟାନ ଲିଗରେ ମୁଦୁରାଇର ସେଥୁ ଏଫସିକୁ ରନର୍ସ ଅପ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ପୂର୍ବତନ ମୋହନ ବାଗାନ ଖେଳାଳିଜଣକ ଗତ ବର୍ଷ ଜାତୀୟ ମହିଳା ଚାମ୍ପିୟନଶିପରେ ଓଡିଶା ଦଳର ନେତୃତ୍ୱ ନେଇଥିଲେ ।

ଓଡିଶା ଏଫସିର ମହିଳା ଟିମ ହେବାକୁ ଥିବା ଲିଗରେ ଭଲ ପ୍ରଦର୍ଶନ କରି ଆଇଡବ୍ଲ୍ୟୁଏଫକୁ ଉନ୍ନୀତ ହେବା ପାଇଁ ଉଦ୍ୟମ କରିବ । ତେବେ ଏଥିପାଇଁ ସେମାନଙ୍କୁ ଓଡିଶା ପୋଲିସ, ଇଷ୍ଟ କୋଷ୍ଟ ରେଲୱେ ଓ ସ୍ପୋର୍ଟ୍ସ ଓଡିଶା ବିପକ୍ଷରେ କଡା ମୁକାବିଲା କରିବାକୁ ପଡିବ ।

Leave A Reply

Your email address will not be published.