Latest Odisha News

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

  • ଆଜି ଭକ୍ତ –ଭଗବାନଙ୍କ ଅପୂର୍ବ ମିଳନ। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଗଡ଼ିଲା ତିନି ରଥ। ଜନସମୁଦ୍ର ପାଲଟିଲା ପୁରୀ ଶ୍ରୀକ୍ଷେତ୍ର। ଭାବ ବିହ୍ୱଳ ଭକ୍ତ। ରଥ ଦଉଡ଼ିରେ ତିନି ରଥ ଟାଣିନେଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ।
  • ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ବଡ଼ ଦାଣ୍ଡରେ ଗଡ଼ିଲା ତିନିରଥ । ଶଙ୍ଖ ହୁଳୁହୁଳି ଧ୍ୱନୀରେ ପ୍ରକମ୍ପିତ ପରିବେଶ। ଶ୍ରୀଗୁଣ୍ଡିଚାରେ ପୁରୀ ଯାଇ ରଥ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ୍ ଟାଣିଲେ ରଥ।
  • ମହାରାଷ୍ଟ୍ରରେ ଚାଲିଥିବା ମହାନାଟକର ଅନ୍ତ ଘଟିଛି । ହେଲେ ଏବେ ବି ଜଣେ ଅନ୍ୟଜଣଙ୍କ ଉପରେ କଟାକ୍ଷ କରିବାରୁ ବିରତ ହୋଇ ନାହାଁନ୍ତି । ଏକନାଥ ସିନ୍ଦେଙ୍କୁ ସଞ୍ଜୟ ରାୱତଙ୍କ କଟାକ୍ଷ , କହିଲେ ଯେପର୍ଯ୍ୟନ୍ତ ଶିବସେନା ନାମ ନେବେ ସେପର୍ଯ୍ୟନ୍ତ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ସୁରକ୍ଷିତ ରହିବ ।

  • ପାଣିପାଗ ବିଭାଗର ପୂର୍ବାନୁମାନ, ଜୁଲାଇ ୪ ରୁ ରାଜ୍ୟରେ ଲଘୁଚାପ, ଆଗାମୀ ୮ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ଦିନେରୁ ଦୁଇଦିନ ମଧ୍ୟରେ ଏନେଇ ସ୍ପଷ୍ଟ ଚିତ୍ର ଆସିବ ।
  • ରାଜ୍ୟରେ ୨୦୦ ଟପିଲା କରୋନା ଦୈନିକ ସଂକ୍ରମଣ , ୨୪ ଘଣ୍ଟାରେ ୨୦୪ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୮୬  ଏବଂ କଟକରୁ ୩୮ ଚିହ୍ନଟ ହୋଇଛନ୍ତି ।
  • ଭୁବନେଶ୍ବରରୁ ଗାଁକୁ ଆସିଥିଲେ,  ବଜାରକୁ ବୁଲିବାକୁ ଯାଇ ନିଖୋଜ, ଗଞ୍ଜାମ ଶେରଗଡ଼ ଷ୍ଟାଡିୟମ୍ ପଛପଟ ଜଙ୍ଗଲରୁ ଯୁବକଙ୍କ ଶବକୁ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି।ବେକରେ କପଡ଼ା ଭିଡ଼ି ମାରିଥିବା ସନ୍ଦେହ ।
  • ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ ।  ନୂପୁର ଶର୍ମା ଗଣମାଧ୍ୟମ ଜରିଆରେ ସାରା ଦେଶକୁ କ୍ଷମା ମାଗନ୍ତୁ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ଥାନ ଉଦୟପୁର ନିର୍ଦ୍ଦୋଷ ଦରଜୀଙ୍କୁ ହତ୍ୟା କରିବା ପରେ ସାରା ଦେଶରେ ତୀବ୍ର ଆଲୋଡନ ସହ ଦଙ୍ଗା ପରିସ୍ଥିତି ପାଇଁ କେବଳ ନୂପୁର ଶର୍ମା ହିଁ ଦାୟୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି । 

  • ତରପୂର୍ବ ରାଜ୍ୟରେ କାଳ ସାଜିଛି ଲଗାଣ ବର୍ଷା । ଭାସୁଛି ବିହାର, ଭାଙ୍ଗୁଛି ଉତ୍ତରାଖଣ୍ଡର ପାହାଡ, ଲଗାଣବର୍ଷା ଯୋଗୁଁ ବେହାଲ ପୂର୍ବରୁ ଉତ୍ତର ଭାରତ, ଲଗାଣବର୍ଷା ଯୋଗୁଁ ବେହାଲ ମୁମ୍ବାଇ । ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହ ୨୪ ଘଂଟା ପାଇଁ ଆର୍ଲଟ ଜାରି କରାଯାଇଛି । 

  • ମଣିପୁର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଆଜି ଆଉ ୪ଜଣଙ୍କ ମୃତ ଦେହ ଉଦ୍ଧାର ହୋଇ ମୃତ୍ୟୁ ସଂଖ୍ୟା ଏବେ ୧୪କୁ ବୃଦ୍ଧି ପାଇଛି ।  ଏଥିସହ ୨୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେ ବି ଆହୁରି ୪୦ରୁ ୫୦ ଜଣ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
  • ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ କଡା ପଦକ୍ଷେପ । ସାରା ଦେଶରେ ଆଜିଠୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ । ତିଆରି କିମ୍ବା ବିକ୍ରି କଲେ ୭ ବର୍ଷ ଜେଲ ଦଣ୍ଡ, ଲକ୍ଷେ ଟଙ୍କାର ଜରିମାନା 
  •  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି । ଦ୍ବିପାକ୍ଷିକ ସଂପର୍କ, ୟୁକ୍ରେନ ଯୁଦ୍ଧ ଆଦି ପ୍ରସଙ୍ଗରେ ଦୁଇ ନେତା କଥାବାର୍ତ୍ତା କରିଛନ୍ତି ।
  •   ଆଲୋଚନା ମାଧ୍ୟମରେ ୟୁକ୍ରେନ ବିବାଦର ସମାଧାନ ବାହାର କର ବୋଲି ପୁଟିନଙ୍କୁ କହିଲେ ମୋଦି । 
  • ନ୍ୟାସନାଲ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା, ଡାଏମଣ୍ଡ ଲିଗ୍‌ରେ ଜିତିଲେ ରୌପ୍ୟ, ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ଚାଲିଥିବା ଷ୍ଟକହୋମ ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି। ଯେଉଁଥିରେ ସେ ଡାଏମଣ୍ଡ ଲିଗରେ ରୌପ୍ୟ ପଦକ ଜିତିଛନ୍ତି।
  • ଆଜିଠୁ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ,  ଭାରତୀୟ ଦଳ ସିରିଜ ବିଜୟ ସହ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଘରୋଇ ଦଳ ବିଜୟକୁ ଫେରିବା ପାଇଁ ପ୍ରସ୍ତୁତ । ତେବେ  ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ପେସ୍‌ ବୋଲର ଜଶପ୍ରୀତ ବୁମରା ଅଧିନାୟକ ନିଯୁକ୍ତ ହୋଇଛନ୍ତି । ୱିକେଟ୍‌ କିପର ରିଷଭ ପନ୍ତଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି ।
  • ଦୀର୍ଘ ବର୍ଷ ପରେ କମ୍ ବ୍ୟାକ୍ କରୁଛନ୍ତି ବଲିଉଡ ଅଭିନେତ୍ରୀ ନର୍ଗିସ୍ ଫଖରୀ। ଦୁଇ ବର୍ଷ ପରେ ସାଉଥ ମଭୁିରେ ପୱନ କଲ୍ୟାଣଙ୍କ ବିପକ୍ଷରେ ନଜର ଆସିବୋ। ଫିଲ୍ମରେ ଅଜର୍୍ୁନ ରାମପାଲ ଓ ନିଧିଅଗ୍ରୱାଲ ବି ଆସିବେ ନଜର।

  • ମହାରାଷ୍ଟ୍ର ମହାନାଟକ ନେଇ ସବୁଠି ଚର୍ଚ୍ଚା। ତେବେ ନୂଆ ସିଏମ୍ ଙ୍କୁ  ପ୍ରଶଂସା କରିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ। କହିଲେ ଯୁଗେ ଯୁଗେ ପାପର ବିନାଶ ହୁଏ। ଏକନାଥ ସିନ୍ଦେଙ୍କୁ ପ୍ରଶଂସା କରିବା ସହିତ ଗର୍ବୀ ଅହଙ୍କାରୀଙ୍କ ଗର୍ବ ଭାଙ୍ଗିବା କହି ଏକ ଭିଡ଼ିଓ ଜାରି କରିଛନ୍ତି।

 

 

Leave A Reply

Your email address will not be published.