Latest Odisha News

BREAKING NEWS

କରୋନା ଆତଙ୍କ: ଫ୍ଲୁ ଜନିତ ଚିକିତ୍ସା କେବଳ ‘ଫିଭର କ୍ଲିନିକ୍’ରେ ହେବ

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ବିପଦକୁ ଏଡ଼ାଇବା ଲାଗି ଓଡ଼ିଶା ସରକାର ଫ୍ଲୁ ଭଳି ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ଏହିସବୁ ଘରୋଇ କ୍ଲିନିକ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ଯାହାକୁ ‘ଜ୍ୱର କ୍ଲିନିକ୍’ ବା  ‘ଫିଭର କ୍ଲିନିକ୍’ ଭାବେ ସୂଚିତ କରାଯାଇଛି।

ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଘରୋଇ କ୍ଲିନିକ୍ ଗୁଡ଼ିକ କୋଭିଡ-୧୯ ମାମଲାରେ ରୋଗୀଙ୍କ ସ୍କ୍ରିନିଂ ପାଇଁ ସ୍ବତନ୍ତ୍ର ‘ଜ୍ୱର କ୍ଲିନିକ୍’ ପ୍ରତିଷ୍ଠା କରିନଥିବାରୁ ଏହାଦ୍ୱାରା ମେଡ଼ିକାଲକୁ ଆସୁଥିବା ଅନ୍ୟ ବ୍ୟକ୍ତିମାନେ ସଂକ୍ରମଣ ହେବାର ଆଶଙ୍କା ରହିଛି।

ଏହି ସବୁ ମେଡିକାଲ୍ ବ୍ୟତୀତ ସେମାନେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍, ରାଉରକେଲା ସ୍ଥିତ ଆରଜିଏଚ କୁ ମଧ୍ୟ ଯାଇପାରିବେ।

Comments are closed.