Latest Odisha News

BREAKING NEWS

ବାଲେଶ୍ଵର ଶିଶୁ ଭବନରେ ଅଗ୍ନିକାଣ୍ଡ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଶିଶୁ ଭବନରେ ଗୁରୁବାର ରାତିରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି।

ପ୍ରାପ୍ତ ସୂଚନାନୁଯାୟୀ ଉପର ମହଲାରେ ଥିବା ନ୍ୟୁଟ୍ରିସନ ରିହାବିଲେସନ କେନ୍ଦ୍ରରେ ଅଗ୍ନିକାଣ୍ଡ ପରେ ଏହି ୱାର୍ଡରେ ଭର୍ତ୍ତି ହୋଇଥିବା ପିଲାମାନଙ୍କୁ ତୁରନ୍ତ ତଳ ମହଲାର ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା।

ପରେ ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂତ୍ରରୁ ପ୍ରକାଶ।

ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ଅନୁମାନ କରିଛନ୍ତି ଅଗ୍ନିଶମ କର୍ମଚାରୀ ମାନେ।

ତେବେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଏସପି ଜୁଗଳ କିଶୋର କୁମାର ବାନୋଥ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଥିବା ନେଇ ଜଣାପଡିଛି।

Leave A Reply

Your email address will not be published.