ଭୁବନେଶ୍ୱର: ବର୍ତ୍ତମାନର ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ଆଉ ପରେ ଅବପାତ ରେ ପରିଣତ ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗକେନ୍ଦ୍ର ଆକଳନ କରିଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ର ଜାଗ୍ରତ ପ୍ରହରୀ ଅଗ୍ନିଶମ ବିଭାଗ ପୁରା ପ୍ରସ୍ତୁତ ଅଛି। ସରକାର ସବୁ ଦିଗରୁ ପ୍ରସ୍ତୁତି କରୁଥିବାବେଳେ ହେଡକ୍ବାର୍ଟରରେ ଆଲର୍ଟ ରହିବାକୁ ଅଗ୍ନିଶମ କର୍ମଚାରୀଙ୍କୁ ନିର୍ଦ୍ଦେଶ ଯାଇଛି ।ବାତ୍ୟା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ଛୁଟି ନ ନେବାକୁ ନିର୍ଦ୍ଦେଶଦିଆଯାଇଛି । ଏ ନେଇ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।
ବାତ୍ୟା ସମୟରେ ମୁକାବିଲା କରିବା ଲାଗି ଅଗ୍ନିଶମ ଟିମର ଭୂମିକା ଗୁରୁତ୍ବପୁର୍ଣ୍ଣ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଅଗ୍ନିଶମ କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟଲାଗି କୌଣସି ସ୍ଥାନକୁ ଯିବାକୁ ପଡ଼ିପାରେ । ଏ ନେଇ ହେଡକ୍ବାର୍ଟର ସହ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ରହିଛି । ଯାହାଦ୍ବାରା ବାତ୍ୟା ଆସିଲେ ମୁକାବିଲାକରିବା ସହଜ ହୋଇପାରିବ ।୧୭ ଟି ଏନଡିଆରଏଫ୍ ଟିମ, ୨୦ଟି ଓଡ୍ରାଫ, ୧୭୫ଟି ଫାୟାର ସର୍ଭିସ ଟିମ ପ୍ରସ୍ତୁତ ହୋଇଛନ୍ତି । ଯଦି ଆବଶ୍ୟକ ପଡେତେବେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯିବ ବୋଲି ଅଗ୍ନିଶମ ମୁଖ୍ୟାଳୟ ସୂଚନା ଦେଇଛି।
ପୂର୍ବାହ୍ନରେ ୧୮ ଜିଲ୍ଲାପାଳଙ୍କ ସହିତ ଏସଆରସି ଆଲୋଚନା କରିଛନ୍ତି । ପ୍ରାଥମିକ ଭାବେ ପ୍ରସ୍ତୁତ ହେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବା ଲାଗି କୁହାଯାଇଛି । ଅବଶ୍ୟକ ପଡିଲେ ତଳିଆ ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତର ସକାଶେ ବାତ୍ୟା ଆଶ୍ରୟସ୍ଥଳପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ପ୍ରସ୍ତୁତ କରିବାକୁ କୁହାଯାଇଛି ।
Comments are closed.