Latest Odisha News

BREAKING NEWS

ଭିନ୍ନ ଉପାୟରେ ସମୁଦ୍ରରୁ ପ୍ରଚୁର ମାଛ ଧରିପାରୁଛନ୍ତି ଏହି ମତ୍ସ୍ୟଜୀବୀ; କିପରି ଜାଣନ୍ତୁ…

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ନୀଳକଣ୍ଠ ମଲ୍ଲିକ ଜଣେ ମତ୍ସ୍ୟଜୀବୀ ଭାବେ ସବୁଦିନ ସମୁଦ୍ରରେ ମାଛ ଧରନ୍ତି । ପୂର୍ବରୁ ପାରମ୍ପରିକ ଢଙ୍ଗରେ ନୀଳକଣ୍ଠ ସମୁଦ୍ରରୁ ସେମିତି ବିଶେଷ ମାଛ ଧରିପାରୁନଥିଲେ, ମାତ୍ର ଏବେ ଭିନ୍ନ ଉପାୟରେ ମାଛ ଧରି ସେ ପ୍ରଚୁର ଆୟ କରିପାରୁଛନ୍ତି । କେବଳ ନୀଳକଣ୍ଠ ଏକା ନୁହଁନ୍ତି, ତାଙ୍କ ପରି ପ୍ରାୟ ୧,୦୦୦ ରୁ ଅଧିକ ଧୀବର ମୋବାଇଲରୁ ସୂଚନା ଓ ସୁପରାମର୍ଶ ପାଇ ଏବେ ପ୍ରଚୁର ମାଛ ଧରିପାରୁଛନ୍ତି । ଏବେ ଏହି ଧୀବରମାନଙ୍କ ଆୟ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇବା ସହିତ ସେମାନଙ୍କର ଜୀବନଶୈଳୀରେ ମଧ୍ୟ ଅନେକ କିଛି ପରିବର୍ତ୍ତନ ହୋଇପାରିଛି ।

“ପୂର୍ବରୁ ଆମେ ପାରମ୍ପରିକ ଢଙ୍ଗରେ ଦେଶୀ ଜାଲ ଦ୍ୱାରା ମାଛ ଧରୁଥିଲୁ । ପ୍ରକୃତରେ ସମୁଦ୍ରରେ କିପରି ମାଛ ଧରିବାର ସଠିକ୍ କୌଶଳ ଜାଣିନଥିଲୁ । କେବେ କେବେ ମାଛ ପଡ଼େ ତ କେବେ ସ୍ପଳ୍ପ ପରିମାଣର ମାଛ ପଡ଼ିଥାଆନ୍ତି । ପୂର୍ବରୁ ଆମେ ଅନ୍ଧ ଭାବରେ ସମୁଦ୍ରକୁ ଯାଇ ପୁରୁଣା ଶୈଳୀରେ ମାଛ ମାରି ବିଶେଷ ଉପକୃତ ହୋଇ ପାରୁନଥିଲୁ,” ଏହା କହିଛନ୍ତି ଶାଶୁ ଭୂଆସୁଣୀ ଗ୍ରାମର ମତ୍ସ୍ୟଜୀବୀ ନୀଳକଣ୍ଠ ।

ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ସବୁକିଛି ପରିବର୍ତ୍ତନ ହୋଇଗଲା, ଯେବେଠାରୁ ଆମେ ‘ରିଲାଏନ୍ସ ଫାଉଣ୍ଡେସନ ସର୍ଭିସ୍ ଇନଫୋରମେସନ ସର୍ଭିସ’ (ଆରଏଫଆଇଏସ) ଦ୍ୱାରା ଯୋଗାଇ ଦିଆଯାଉଥିବା ଅତ୍ୟାଧୁନିକ ବୈଷୟିକ କୌଶଳ ସମ୍ପର୍କରେ ମୋବାଇଲ୍ ସୂଚନାରୁ ଜାଣିବାକୁ ପାଇଲୁ । “‘ରିଲାଏନ୍ସ ଫାଉଣ୍ଡେସନ’ ‘ରିଲାଏନ୍ସ ଫାଉଣ୍ଡେସନ’ ଆମକୁ ଏହାର ମୋବାଇଲ୍ ପରାମର୍ଶ ଦ୍ୱାରା ଉପଯୁକ୍ତ ଫିସିଙ୍ଗ୍ ଜୋନ କେଉଁଟି ହୋଇଥିବା ତାହା ସମ୍ପର୍କରେ ମୂଲ୍ୟବାନ ପରାମର୍ଶ ଦେଇଥାଏ । ଆମେ ଏହି ପରାମର୍ଶ ଅନୁସାରେ ମାଛ ଧରିବା ପରେ ଏବେ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଚୁର ମାଛ ଧରିପାରୁଛୁ । ଲଗାତର ୨୪ ଘଣ୍ଟା ଜିପିଏସ ଯୋଗାଯୋଗ ମାଧ୍ୟମରେ ଆମେ ଉପଯୁକ୍ତ ଫିସିଙ୍ଗ୍ ଜୋନ ସମ୍ପର୍କରେ ଜାଣିପାରୁଛୁ । ପ୍ରଚୁର ମାଛ ଧରି ଏବେ ଆମ ବ୍ୟବସାୟକୁ ଆଶାତୀତ ଭାବେ ବୃଦ୍ଧି କରିପାରିଛୁ,” ବୋଲି କହିଛନ୍ତି ନୀଳକଣ୍ଠ ।

ଏହାବ୍ୟତୀତ, ‘ଆରଏଫଆଇଏସ’ର ଉପଯୋଗୀ ପରାମର୍ଶକୁ ଆମେ ଗ୍ରହଣ କରିବା ଦ୍ୱାରା ସଠିକ୍ ଫିସିଙ୍ଗ୍ ଜୋନ୍ ସମ୍ପର୍କରେ ଆଗୁଆ ସୁଚନା ପାଇବା ସହିତ ପବନର ବେଗ, ସ୍ରୋତର ଉଚ୍ଚତା, ସାମୁଦ୍ରିକ ଝଡ଼ ତଥା ପାଣିପାଗ ସମ୍ପର୍କୀତ ଆଗୁଆ ସୂଚନା ଆମେ ପାଇ ପାରୁଛୁ । ଏପରିକି ଏହି ଫାଉଣ୍ଡେସନ ମାଧ୍ୟମରେ ହିଁ ‘ଇଣ୍ଡିଆନ ନ୍ୟାସନାଲ୍ ସେଣ୍ଟର୍ ଫର୍ ଓସେନ ଇନଫରମେସନ ସର୍ଭିସ’ (ଆଏନସିଓଆଇଏସ) ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସତର୍କ ସୂଚନା ସମ୍ପର୍କରେ ଅନେକ ଆଗରୁ ଆମେ ଖବର ପାଇ ବିଶେଷ ଭାବେ ଉପକୃତ ହୋଇପାରୁଛୁ ।

ପୂର୍ବରୁ ସାମୁଦ୍ରିକ ସୂଚନା ପାଇ ଆମେ ସମୁଦ୍ରକୁ କେଉଁ ସ୍ଥାନକୁ ମାଛ ଧରିବାକୁ ଯିବୁ ବା ସମୁଦ୍ରକୁ ଯିବୁନାହିଁ ସେ ସମ୍ପର୍କରେ ସୂଚନା ପାଉଛୁ ବୋଲି ସେ କହିଛନ୍ତି ।

“ପୂର୍ବରୁ ଆମେ ଏହିସବୁ ଉପଯୋଗୀ ସୂଚନା ନପାଇ ସମୁଦ୍ରରେ ହଠାତ୍ ପାଣିପାଗ ପରିବର୍ତ୍ତନ ହୋଇଯିବା ଫଳରେ ଆମେ ଅନେକ କ୍ଷତିଗ୍ରସ୍ତ ହେବା ସହିତ ଅନେକ ସମୟରେ ଆମ ବୋଟ୍ ମଧ୍ୟ ବୁଡ଼ିଯାଇଥିବାର ଘଟଣା ଘଟିଥିଲା । ଏବେ ଦୁଇଦିନ ପୂର୍ବ ଏବଂ ପର ଦୁଇଦିନର ପାଣିପାଗର ସଠିକ୍ ସୂଚନା ପାଇପାରି ଆମେ ସମୁଦ୍ରକୁ ମାଛ ଧରିବାକୁ ଯାଉଛୁ,” ବୋଲି କହିଛନ୍ତି ନୀଳକଣ୍ଠ ।

ଆମେ ଆହୁରି ଅନେକ ସୁବିଧା ଏହି ଜିପିଏସ ଟ୍ରାକିଂ ଦ୍ୱାରା ପାଇପାରୁଛୁ । “ଏହାଦ୍ୱାରା ଆମର ଇନ୍ଧନ ଯଥେଷ୍ଟ ପରିମାଣରେ ସଞ୍ଚୟ ହୋଇପାରିବା ସହିତ ଯେଉଁ ଅଯଥା ନଷ୍ଟ ହୋଇଯାଇଥିଲା ତାହା ଏବେ ଗୋଟିଏ ପ୍ରକାର ବନ୍ଦ ହୋଇଯାଇଛି କହିଲେ ଚଳେ,” ବୋଲି ଚୂଡ଼ାମଣୀ ଟ୍ରଲର୍ ଆସୋସିଏସନର ସମ୍ପାଦକ ଥିବା ନୀଳକଣ୍ଠ ସୂଚନା ଦେଇ କହିଛନ୍ତି ।

ଓଡ଼ିଶା ଉପକୂଳର ଦୀର୍ଘତା ୪୮୫ କିଲୋମିଟର, ଏହାକୁ ଭିତ୍ତିକରି ହଜାର ହଜାର ଧୀବର ନିଜର ଜୀବନ ଜୀବୀକା ନିର୍ବାହ କରିଥାଆନ୍ତି । ଏବେ ଅଧିକାଂଶ ଧୀବର ଦେଶୀ ଡ଼ଙ୍ଗା ଏବଂ ଇଞ୍ଜିନ୍ ବୋଟ ବ୍ୟବହାର କରିଥାଆନ୍ତି । କୃଷି ପରେ ମାଛମାରିବା ହିଁ ଏହି ଅଞ୍ଚଳଗୁଡ଼ିକରେ ପ୍ରଧାନ ଜୀବୀକା ପାଲଟିଯାଇଛି ।

‘ରିଲାଏନ୍ସ ଫାଉଣ୍ଡେସନ ସର୍ଭିସ୍ ଇନଫୋରମେସନ ସର୍ଭିସ’ (ଆରଏଫଆଇଏସ) ଭାରତୀୟ ତଟବର୍ତ୍ତୀ ଅଞ୍ଚଳ ତଥା ଅନେକ ଉପକୂଳ ସ୍ଥାନମାନଙ୍କରେ ଜନହିତକର ସାହାଯ୍ୟ ଓ ମୂଲ୍ୟବାନ ପରାମର୍ଶ ଦେବା ଦ୍ୱାରା ପ୍ରାୟ ଏକଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ଉପକୃତ ହୋଇପାରିଛନ୍ତି ।

Leave A Reply

Your email address will not be published.