Latest Odisha News

BREAKING NEWS

ଜାତୀୟ ଚାମ୍ପିୟନସିପରେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହାସଲ କଲେ ଦୂତୀ ଚାନ୍ଦ

ଭୁବନେଶ୍ୱର: ଝାଡ଼ଖଣ୍ଡର ରାଞ୍ଚିଠାରେ ଚାଲିଥିବା ୫୯ତମ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦୁଇଦିନ ପୂର୍ବରୁ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଜାତୀୟ ରେକର୍ଡ଼ ପ୍ରତିଷ୍ଠା କରି ସ୍ୱର୍ଣ୍ଣ ଜିତିଥିବା ଦୂତୀ ରବିବାର ଦିନ ମହିଳା ୨୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଏହି ୨୦୦ ମିଟର ଦୌଡ଼କୁ ଦୂତୀ ୨୩.୧୭ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଦୂତୀ ଶୁକ୍ରବାର ଦିନ ୧୧.୨୨ ସେକେଣ୍ଡରେ ୧୦୦ ମିଟର ଦୌଡ଼ ଶେଷ କରି ନିଜର ଜାତୀୟ ରେକର୍ଡ଼ ଭାଙ୍ଗି ନୂଆ କୀର୍ତ୍ତିମାନ କରିଛନ୍ତି ।

Leave A Reply

Your email address will not be published.