Latest Odisha News

BREAKING NEWS

ହାତୀ ଉପଦ୍ରବରୁ ମୁକ୍ତି ଦେବ ‘ଐରାବତ’

ଢେ଼ଙ୍କାନାଳ: ଏଣିକି ହାତୀ ଉପଦ୍ରବରୁ ମିଳିବ ମୁକ୍ତି । ରକ୍ଷା କରିବ ‘ଐରାବତ’ । ହାତୀ ଉପଦ୍ରବ ରୋକିବା ପାଇଁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍‌ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଐରାବତ ବସ୍ ଯୋଜନା । ଏହି ବସ୍‌  ମାଧ୍ୟମରେ ବନ କର୍ମଚାରୀ ଓ ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ଏକାଠି ମିଶି ହାତୀଙ୍କ ଉପରେ କଡ଼ା ନଜର ରଖିବେ । ଏଥିସହ ହାତୀଙ୍କୁ ସୁରକ୍ଷା ମଧ୍ୟ ପ୍ରଦାନ କରିବେ ।

୨୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ବସ୍‌ରେ  ଅନେକ ସୁବିଧା ରହିଛି ।  ବସ୍‌ରେ ଚାର୍ଜିଙ୍ଗ ସିଷ୍ଟମଠାରୁ ଆରମ୍ଭ କରି ହାତୀ ଘଉଡାଇବା ପାଇଁ ସମସ୍ତ ଉପକରଣ ରହିଛି । ଫଳରେ ବନ କର୍ମଚାରୀ କୌଣସି ବି ସ୍ଥାନକୁ ଅନାୟସରେ ଯାଇ ହାତୀଙ୍କ ଗତିପଥକୁ ଲକ୍ଷ୍ୟ କରିବା ସହ ହାତୀ ଉପଦ୍ରବ ହେଉଥିବା ଅଞ୍ଚଳବାସୀଙ୍କୁ ସୁରକ୍ଷା ଦେଇପାରିବେ ।

ମହାବିରୋଡ଼ ବନଖଣ୍ଡ ଓ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ଦୀର୍ଘ ଦିନ ଧରି ହାତୀ ଉପଦ୍ରବ ଲାଗି ରହିଥିବାରୁ ଏହାର ସମାଧାନ ପାଇଁ ବନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.