Latest Odisha News

ସାର୍ବଜନୀନ ସ୍ଥାନରେ ବିରୋଧ ପ୍ରଦର୍ଶନ ଠିକ୍ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇ ବା ସିଏଏକୁ ନେଇ ଦିଲ୍ଲୀ ଶାହିନବାଗରେ ବହୁ ଦିନ ଧରି ଚାଲିଥିବା ପ୍ରଦର୍ଶନ ଉପରେ କଡ଼ା ଟିପ୍ପଣୀ ରଖିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ସାର୍ବଜନୀନ ସ୍ଥାନରେ ଦୀର୍ଘ ସମୟ ଧର ବିରୋଧ ପ୍ରଦର୍ଶନ କରାଯାଇ ପାରିବ ନାହିଁ । ନିର୍ଦ୍ଦିଷ୍ଚ କୌଣସି ଗୋଟିଏ ସ୍ଥାନରେ କରାଯାଉ ।

ସୁପ୍ରିମକୋର୍ଟ କହିଛନ୍ତି, ସର୍ବସାଧାରଣ ସ୍ଥାନ କିମ୍ବା ରାସ୍ତାରେ ବିକ୍ଷୋଭକାରୀ କବଜା କରି ପାରିବେ ନାହିଁ । ଶାହିନବାଗ ଆନ୍ଦୋଳନ ବେଳେ ଦିଲ୍ଲୀ ପୋଲିସକୁ କାର୍ୟ୍ୟାନୁଷ୍ଠାନ ନେବାର ଥିଲା । ଶାହିନବାଗ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ପିଟିସନ୍ ହୋଇଥିଲା । ଆଇନଜୀବୀ ଅମିତ ସାହାଣୀ ଏନେଇ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ ।
Shaheen-Bagh Protest
ଆବେଦନକାରୀ ଦର୍ଶାଇଥିଲେ, ଧାରଣା ଚାଲିଥିବାରୁ ଶାହିନବାଗ ରାସ୍ତା ବନ୍ଦ ହୋଇଯାଇଛି । ଲୋକ ହଇରାଣ ହେଉଛନ୍ତି । ସେପ୍ଟେମ୍ବର ୨୧ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଦିଲ୍ଲୀ ଶାହିନବାଗରେ ସିଏଏ ବିରୋଧରେ ଗତବର୍ଷ ଡିସେମ୍ବର ମାସରୁ ଆନ୍ଦୋଳନ ତିନି ମାସ ଧରି ଚାଲିଥିଲା । ଲକଡାଉନ୍ ଯୋଗୁ ମାର୍ଚ୍ଚ ୨୪ରୁ ବନ୍ଦ ହୋଇଥିଲା ବିକ୍ଷୋଭ ପ୍ରଦର୍ଶନ ।

Leave A Reply

Your email address will not be published.