ଭୁବନେଶ୍ଵର:ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟା ହେଲା ସରଳ । ଆପାର୍ଟମେଣ୍ଟ ପଞ୍ଜିକରଣ ସରଳୀକରଣ ପାଇଁ ଭାରତୀୟ ଷ୍ଟାମ୍ପ ଅଧିନିୟମରେ ସଂଶୋଧନ ଅଧ୍ୟାଦେଶ ଜାରି ହୋଇଛି । କମିଲା ଆପାର୍ଟମେଣ୍ଟ ଷ୍ଟାମ୍ପ ଡ୍ୟୁଟି । ଏହି ସଂଶୋଧନ ବଳରେ ଆପାର୍ଟମେଣ୍ଟରେ ଥିବା ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡ଼ିକର ପଞ୍ଜିକରଣ ପାଇଁ ଆପାର୍ଟମେଣ୍ଟ ମାଲିକ ସଂଘକୁ ଦଲିଲ ପଞ୍ଜିକରଣ ଲାଗି ଷ୍ଟାମ୍ପ ଦେୟ ମାତ୍ର ୫୦ ହଜାର ଟଙ୍କା ଦେବାକୁ ପଡ଼ିବ ।
ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧିନିୟମ, ୨୦୨୩ [Odisha Apartment (Ownership and Management) Act, 2023] ଅନୁଯାୟୀ ପ୍ରଥମ ଆପାର୍ଟମେଣ୍ଟ ହସ୍ତାନ୍ତର ଦଲିଲ୍ ପଞ୍ଜୀକରଣ ସମୟରେ ସମୁଦାୟ ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡ଼ିକୁ ଆସୋସିଏସନ ଅଫ୍ ଆଲଟି ଙ୍କ ସପକ୍ଷରେ ହସ୍ତାନ୍ତର କରିବା ବାଧ୍ୟତାମୂଳକ ଅଟେ ।
ବର୍ତ୍ତମାନ ଏହି ସଂଶୋଧନ ବଳରେ ଆପାର୍ଟମେଣ୍ଟରେ ଥିବା ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡ଼ିକର ପଞ୍ଜୀକରଣ ନିମନ୍ତେ Association of Allotteesଙ୍କୁ ଦଲିଲ ପଞ୍ଜୀକରଣ ପାଇଁ ୫୦,୦୦୦/-ଟଙ୍କା ମାତ୍ର ଷ୍ଟାମ୍ପ ଦେୟ ଦେବାକୁ ପଡିବ।
ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ ବିକ୍ରୟ ସମୟରେ ଆପାର୍ଟମେଣ୍ଟ ୟୁନିଟ୍ ସହ ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡିକ(common areas and facilities)ର ଅବିଭକ୍ତ ଅଂଶ ଉପରେ ୫% ଷ୍ଟାମ୍ପ ଡ୍ୟୁଟି ଆନୁପାତିକ ଭାବେ ଆଦାୟ ହେବ ।
ଏହା ସହିତ ଅଧିନିୟମରେ ଥିବା ଆପାର୍ଟମେଣ୍ଟର ମୂଲ୍ୟ ଅନୁଯାୟୀ ୩ଟି ସ୍ଲାବ୍ ଯଥା ୩%, ୪% ଓ ୫% ପରିବର୍ତ୍ତେ କେବଳ ୫% ଷ୍ଟାମ୍ପ ଦେୟ ଦେବାକୁ ପଡିବ ।
ପୂର୍ବରୁ ଭାରତୀୟ ଷ୍ଟାମ୍ପ ଅଧିନୟମରେ ଆବଶ୍ୟକ ସଂଶୋଧନ ପାଇଁ ଅଧ୍ୟାଦେଶ ଜାରି କରିବା ପାଇଁ କ୍ୟାବିନେଟ ଅନୁମୋଦନ କରିଥିଲା ।