Latest Odisha News

BREAKING NEWS

ସିଏ ଫାଉଣ୍ଡେସନ୍ ପରୀକ୍ଷାରେ ଓଡିଆ ଝିଅ ଟପ୍ପର

ଭୁବନେଶ୍ୱର: ସର୍ବଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଫାଉଣ୍ଡେସନ୍ ପରୀକ୍ଷାରେ ୯୧.୨୫ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି କଳାହାଣ୍ଡିର ଝିଅ ସାଇନା ଅଗ୍ରୱାଲ୍ ।

ଇନଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଦ୍ୱାରା ସୋମବାର ଦିନ ପରୀକ୍ଷା ଫଳାଫଳ ଘୋଷିତ କରାଯାଇଥିଲା ।

ଗତବର୍ଷ ନଭେମ୍ବରରେ ଆୟୋଜିତ ହୋଇଥିବା ପରୀକ୍ଷାରେ ସାଇନା ମୋଟ୍ ୪୦୦ ନମ୍ବରରୁ ୩୬୫ ନଂ ରଖିଛନ୍ତି ।

କଳାହାଣ୍ଡିର ଜୁନାଗଡରେ ରହୁଥିବା ସୁନିଲ କୁମାର ଅଗ୍ରୱାଲ୍ ନାମକ ଜଣେ ବ୍ୟବସାୟୀଙ୍କ ଝିଅ ହେଉଛନ୍ତି ସାଇନା । ବର୍ତ୍ତମାନ ସମୟରେ ସେ ରାୟପୁର ସ୍ଥିତ ଅଗ୍ରସେନ୍ କଲେଜରେ ବାଣିଜ୍ୟରେ ସ୍ନାତକୋତ୍ତର କରୁଛନ୍ତି ।

Leave A Reply

Your email address will not be published.