Latest Odisha News

BREAKING NEWS

ଜଗନ୍ନାଥଙ୍କ ମହିମାର ମୂକସାକ୍ଷୀ ବିଟୋଙ୍କ ଘଣ୍ଟି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ବିଷୟରେ ସମସ୍ତେ ଜାଣନ୍ତି । ତେବେ ବର୍ତମାନ ଆଧୁନିକତା ଛାପରେ ଯୁବ ପିଢ଼ୀ ସହଜରେ ସବୁ ଜିନିଷକୁ ବିଶ୍ୱାସ କରୁ ନାହାନ୍ତି । ସେମାନଙ୍କୁ ପ୍ରମାଣ ଦରକାର । ଆସନ୍ତୁ ଜାଣିବା କିପରି ଜଣେ ପର୍ତୁଗାଲର ନାବିକ ଶ୍ରୀଜଗନ୍ନାଥଙ୍କ କରୁଣା ଅନୁଭବ କରବା ପରେ ତାଙ୍କରି ଭକ୍ତ ହୋଇଯାଇଥିଲେ ।

ଏହାର ମୂକ ସାକ୍ଷୀ ଭାବେ ବିଟୋଙ୍କ ଘଂଟି ଏବେ ମଧ୍ୟ ଶ୍ରୀମନ୍ଦିର ଭିତରେ ଥିବା ନୀଳାଦ୍ରି ବିହାର ମ୍ୟୁଜିୟମରେ ଶୋଭା ପାଉଛି ।

୧୮୦୦ ଖ୍ରୀଷ୍ଟାବ୍ଦ ବେଳକୁ ଭାରତରେ ପର୍ତୁଗାଲର ରାଜୁତି ପ୍ରାୟତଃ ସରି ଆସିଥିଲା । ତେବେ ଗୋଆ, ଡାମନଡିଉ ଓ ପଣ୍ଡିଚେରୀରେ ସେମାନଙ୍କ ପ୍ରଭୂତ୍ୱ ରହିଥିଲା । ଫ୍ରାନ୍ସର କ୍ୟାପଟେନ ବିଟୋ ଥରେ ସମୁଦ୍ର ମାଧ୍ୟମରେ ଛୋଟ ଲଂଚରେ ପଣ୍ଡିଚେରୀ ଆସୁଥିବା ବେଳେ ଅଘଟଣ ଘଟିଥିଲା । ସେଥିରେ ଆଉ କେତେଜଣ ଭାରତୀୟ ମଧ୍ୟ ଥିଲେ ।

ବଙ୍ଗୋପ ସାଗର ଦେଇ ଗଲାବେଳକୁ ପୁରୀ ନିକଟବର୍ତୀ ହୋଇଥିବା ବେଳେ  ସମୁଦ୍ରରେ ଝଡ ଆସିଥିଲା । ବଡ ବଡ ଲହଡି ମାଡରେ ଲଂଚଟି ଟଳମଳ ହେବାକୁ ଲାଗିଲା । ଏହି ସମୟରେ ବିରାଟକାୟ ସାମୁଦ୍ରିକ ଜୀବ (ଶାର୍କ ବୋଲି ଅନୁମାନ କରାଯାଉଛି ) ତାଙ୍କରି ଆଡକୁ ମାଡି ଆସିଲା ।

କ୍ୟାପଟେନ ବିଟ୍ଟୋ ମୃତ୍ୟୁକୁ ବୋଧହୁଏ ଏତେ ପାଖରେ ଦେଖି ନ ଥିଲେ । ଭୟରେ ସେ ବିପଦସୂଚାଉଥିବା ଘଂଟି ବଜାଇବା ସହ ନିଜ ନିଜ ଜୀବନ ବଂଚାଇବା ପାଇଁ ଅନ୍ୟମାନଙ୍କୁ କହିଥିଲେ ।

ବିଟୋ ବ୍ୟସ୍ତବିବ୍ରତ ହେଉଥିବା ବେଳେ ଲଂଚରେ ବସିଥିବା ଜଣେ ବୟସ୍କ ବ୍ୟକ୍ତି ଆଦୌ ବିଚଳିତ ହେଉ ନ ଥିଲେ । ସେ ଆଶ୍ଚର୍ଯ୍ୟଚକିତ ହୋଇପଡିଲେ । ତୁମେ ଏଠାରେ ବସି କଣ କରୁଛ? ମୁଁ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛି । ସେ କିଏ? ବିଟୋ ପ୍ରଶ୍ନ କରିଥିଲେ । ଧରାପୃଷ୍ଠରେ ଏକମାତ୍ର ପ୍ରଭୁ ଯିଏ କି ଆମକୁ ବଂଚାଇପାରିବେ । ଏହା ପରେ ବୟସ୍କ ବ୍ୟକ୍ତିଜଣକ ପ୍ରାର୍ଥନା ଚାଲୁ ରଖିଲେ ।

 

ବିଶ୍ୱାସ ହେଉ ନ ଥିଲେ ମଧ୍ୟ ବିଟୋ ନିରୁପାୟ ହୋଇ ଜଗନ୍ନାଥଙ୍କୁ ବିପଦରୁ ବଂଚାଇବା ପାଇଁ ପ୍ରାର୍ଥନା କରିଥିଲେ । କିଛି ସମୟ ପରେ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଥମେ ଝଡର ବେଗ କମିଲା । ଲଂଚଟି ସ୍ଥିରାବସ୍ଥାକୁ ଆସିବା ପରେ ବିଟୋଙ୍କ ମନରେ ସାହାସ ସଂଚୟ ହେଲା । /୭ ମିନିଟ ପରେ ସାମୁଦ୍ରିକ ଜୀବ ତା’ର ବାଟ ଭାଙ୍ଗି ପଳାଇ ଯାଇଥିଲା ।ବିପଦମୁକ୍ତ ହେବା ପରେ ବିଟୋଙ୍କ ଆଖିରୁ ଲୋତକ ଝରି ପଡୁଥିଲା । ଭଗବାନ ଆମକୁ ବଂଚାଇଦେଲେ । ପଣ୍ଡିଚେରୀ ଚର୍ଚ୍ଚ ପାଇଁ ନେଇ ଯାଉଥିବା ଏହି ଘଂଟି ମୁଁ ମହାପ୍ରଭୁଙ୍କୁ ଦାନ କରିବି ବୋଲି ସେ କହିଥିଲେ । ପୁରୀ କୂଳରେ ଲାଗିବା ପରେ ବିଟୋ ସେହି ଘଂଟି ମନ୍ଦିରକୁ ଦାନ କରିଥିଲେ । ସିଂହଦ୍ୱାର ନିକଟରେ ମୁଣ୍ଡିଆ ମାରି କୃତଜ୍ଞତା ଜଣାଇଥିଲେ ।

 

Leave A Reply

Your email address will not be published.