Latest Odisha News

BREAKING NEWS

ରାଜ୍ୟ ସରକାର ଦଳିତ ବିରୋଧୀ କହି ବର୍ଷିଲା ବିରୋଧୀ ବିଜେପି

ଭୁବନେଶ୍ୱର: ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ତଥା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତରାଇ କହିଛନ୍ତି ଯେ ରାଜ୍ୟ ସରକାର ଦଳିତ ବିରୋଧୀ। ଦଳିତମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଉଥିଲେ ମଧ୍ୟ ଓଡ଼ିଶା ସରକାର ସେମାନଙ୍କ ବିକାଶରେ ବାଧା ସୃଷ୍ଟି କରୁଛନ୍ତି ବୋଲି ସେ ଦାବି କରିଛନ୍ତି।

କେନ୍ଦ୍ର ସରକାର ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ବିଜୁଳି, ପରିମଳ ଓ ପେନସନ ଭଳି ଅତ୍ୟାବଶ୍ୟକୀୟ ସୁବିଧା ଯୋଗାଇ ଦେବା ପାଇଁ ଅର୍ଥ ପ୍ରଦାନ କରୁଛନ୍ତି। କିନ୍ତୁ ରାଜ୍ୟ ସରକାର ଏହି ଅର୍ଥର ସଦୁପଯୋଗ କରିବାରେ ବିଫଳ ହୋଇଛନ୍ତି ଏବଂ ଦଳିତ ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି ବୋଲି ତରାଇ ଅଭିଯୋଗ କରିଛନ୍ତି।

ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତା ବଖାଣିବା ସହ ଓଡ଼ିଶା ସରକାରଙ୍କ ବିଫଳତାକୁ ବଖାଣିଛନ୍ତି ତରାଇ। ତେବେ ବିଜେପି କରିଥିବା ଅଭିଯୋଗର ଜବାବରେ ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଛନ୍ତି, ଆମେ ବିଜେପିକୁ ପଚାରିବାକୁ ଚାହୁଁଛୁ ଯେ, ଗତ ୯ ବର୍ଷ ମଧ୍ୟରେ ଓଡ଼ିଶାବାସୀଙ୍କ ପାଇଁ କଣ କରିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଜେପି କେବଳ ଜନତାଙ୍କ ସହ ବିଶ୍ୱାସଘାତକତା କରୁଛି।

Leave A Reply

Your email address will not be published.