Latest Odisha News

BREAKING NEWS

ନର୍ସିଂ କର୍ମଚାରୀ ସଂଘ ଦାବି ଉପରେ ବିଚାରବିମର୍ଶ ପାଇଁ ଗଠିତ ହେଲା ଅନ୍ତଃବିଭାଗୀୟ କମିଟି

ଭୁବନେଶ୍ୱର: ୧୦ ଦଫା ଦାବି ନେଇ ଓଡିଶା ନର୍ସିଂ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ବିଫଳ ହେବାପରେ ନର୍ସିଂ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ନର୍ସିଂ କର୍ମଚାରୀ ସଂଘକୁ ସନ୍ତୁଷ୍ଟ କରିବାକୁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି ।

ଆଜି ନର୍ସିଂ କର୍ମଚାରୀ ସଂଘ (ଓଏନଇଏ) ର ଦାବି ଉପରେ ଆଜି ଆଲୋଚନା କରାଯାଇଥିଲା । ସରକାର ପରିସ୍ଥିତିର ଅନୁଧ୍ୟାନ କରି ସଂଘ ଦ୍ୱାରା ଉଠାଯାଇଥିବା ବିଭିନ୍ନ ଦାବି ଉପରେ ବିଚାରବିମର୍ଶ କରିବା ପାଇଁ ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହା ସହ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଆନ୍ଦୋଳନକାରୀ ନର୍ସିଂ ଅଫିସରମାନେ ଆନ୍ଦୋଳନ ପଥରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ସରକାର ପରାମର୍ଶ ଦେଇଥିବା ସୂଚନା ରହିଛି ।

Leave A Reply

Your email address will not be published.