ଭୁବନେଶ୍ୱର: ନୂତନ ଲୋକାୟୁକ୍ତ ସଦସ୍ୟ ଭାବେ ମଙ୍ଗଳବାର ଦିନ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ନିଯୁକ୍ତି ପାଇଛନ୍ତି ।
ଚୟନ କମିଟି ପକ୍ଷରୁ ତାଙ୍କ ନାମକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନିକଟକୁ ସୁପାରିଶ ଲାଗି ପଠାଯାଇଥିବା ବେଳେ ସେ ଏହାକୁ ଅନୁମୋଦିତ କରିଥିବା ଜଣାପଡିଛି ।
ତେବେ ଏହା ପରେ ରାଜ୍ୟ ପୋଲିସ ବିଭାଗର ନୂଆ ଡିଜି କିଏ ହେବେ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ, ଆର.ପି ଶର୍ମା ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେବା ଲଗି ଆବେଦନ କରିଥିବାବେଳେ ତାଙ୍କ ଆବେଦନ ଏବେ ବିଚାରଧୀନ ରହିଥିବା ନେଇ ସୂଚନା ମିଳିଛି ।
Comments are closed.