Latest Odisha News

BREAKING NEWS

୫ ବର୍ଷ ବନ୍ଦୀ ରହିଥିବା ନାବାଳକ ରାଉରକେଲାରୁ ଉଦ୍ଧାର

ରାଉରକେଲା: ରାଉରକେଲାର ସେକ୍ଟର ଅଞ୍ଚଳରେ ଥିବା ଏକ ଘରୁ ଗତ ୫ବର୍ଷ ହେବ ବନ୍ଦୀ ହୋଇ ରହିଥିବା ଜଣେ ନାବାଳକକୁ ପୋଲିସ ମଙ୍ଗଳବାର ଦିନ ଉଦ୍ଧାର କରିଛି ।

ଏହି ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଯୁବକ ଚିରଞ୍ଜିବ ଚକ୍ରବର୍ତ୍ତୀ ଓ ପ୍ରଭାତ ପଣ୍ଡା ହୋଇଥିବାବେଳେ ଦୁହେଁ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ରାଉରକେଲାସ୍ଥିତ ସେକ୍ଟର ୧ ଅଞ୍ଚଳରେ ଥିବା ଏକ ସରକାରୀ ଘରକୁ ଏହି ଯୁବକମାନେ ବ୍ୟବସାୟ ଉଦ୍ଦେଶ୍ୟରେ ଭଡାରେ ନେଇଥିଲେ ବୋଲି ପୋଲିସ ସୁତ୍ରରୁ ପ୍ରକାଶ । ସେଠାରେ କୁକୁରମାନଙ୍କ ଦେଖାଶୁଣା କରିବା ଲାଗି ସେମାନେ ଗୋପବନ୍ଧୁପାଲି ବସ୍ତି ଅଞ୍ଚଳର ଜଣେ ୧୨ ବର୍ଷୀୟ ଅନାଥ ବାଳକକୁ ଅପହରଣ କରି ଏଠାରେ ରଖିଥିବା ନେଇ ଅଭିଯୋଗ ହୋଇଥିଲା ।

ପରବର୍ତ୍ତୀ ସମୟରେ ୨ ଅଭିଯୁକ୍ତ ଉକ୍ତ ବାଳକକୁ ଚେଙ୍କ ଦେବା ସହ ତା’ ଉପରେ ଅକଥନୀୟ ଅତ୍ୟାଚାର କରୁଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଉକ୍ତ ଘରେ ଚଢାଉ କରିବା ସହ ୨ ଜଣକୁ ଗିରଫ କରିଛି ।

Leave A Reply

Your email address will not be published.