Latest Odisha News

କୋଭିଡ୍ କେୟାର ହୋମରେ ମିଳିବ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି

ଭୁବନେଶ୍ୱର: କୋଭିଡ କେୟାର ହୋମରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟ କର୍ମୀ। ଆସନ୍ତା ତିନି ମାସ ପାଇଁ ଏହି ନିଯୁକ୍ତି ମିଳିବ। ମୋଟ ୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ମିଳିବ। ପ୍ରତ୍ୟେକ ପଂଚାୟତରେ ଥିବା କୋଭିଡ କେୟାର ହୋମରେ ଏହି ସ୍ୱାସ୍ଥ୍ୟକର୍ମୀ ଅର୍ଥାତ ଏଏନଏମଙ୍କୁ ନିଯୁକ୍ତି ନେଇ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି ।

ରାଜ୍ୟର ମୋଟ ୬ ହଜାର ୭୯୮ ଗ୍ରାମପଂଚୟତରେ ସମୁଦାୟ ୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ମିଳିବ। ପ୍ରତ୍ୟେକ ପଂଚାୟତରେ କୋଭିଡ କେୟାର ହୋମରେ ଜଣେ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ମିଳିବ । ନିଯୁକ୍ତି ନେଇ ରାଜ୍ୟ ସରକାର ଅନୁମୋଦନ ଦେଇଥିବା ବେଳେ ନିଯୁକ୍ତି ପାଇନଥିବା ତାଲିମ ପ୍ରାପ୍ତ ଏଏନଏମଙ୍କୁ ମିଳିବ ଏହି ନିଯୁକ୍ତି । ଏଥିପାଇଁ ଏଏନଏମଙ୍କୁ ପ୍ରତିଦିନ ୮୫୦ ଟଙ୍କା , ଷ୍ଟାଫ ନର୍ସ ଓ ଫର୍ମାସିଷ୍ଟଙ୍କୁ ୧୦୦୦ ଟଙ୍କା ମିଳିବ।

Comments are closed.