Latest Odisha News

ଆଇପିଏସ୍‌ ଲଳିତ ଦାସ ହେଲେ ଓଏସଏସଏସସି ଅଧ୍ୟକ୍ଷ

ଭୁବନେଶ୍ବର: ଓଏସଏସଏସସି ବିଭିନ୍ନ ପଦବୀରେ ଅନିୟମିତତା ପାଇଁ ଗତ କିଛି ଦିନ ହେବ ଚାଲିଛି ଛାତ୍ର ଆନ୍ଦୋଳନ।  ବିଭିନ୍ନ ପଦବୀ ପାଇଁ ନିଯୁକ୍ତିରେ ଅନିୟମିତତାକୁ ନେଇ ବିବାଦରେ ଥିବା ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ(ଓଏସଏସଏସସି)ରେ ଆଜି ରାଜ୍ୟ ସରକାର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ଓଏସଏସଏସସି ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଓଡ଼ିଆ ଆଇପିଏସ୍ ଲଳିତ ଦାସଙ୍କୁ ନିଯୁକ୍ତି ମିଳିଛି। ଏହା ସହ ଅବସରପ୍ରାପ୍ତ ଆଇଏଏସ୍ ଉଦ୍ଧବଚନ୍ଦ୍ର ମାଝୀ ଓ ଅବସରପ୍ରାପ୍ତ ଓଏଏସ୍ ସରୋଜ କୁମାର ମିଶ୍ରଙ୍କୁ ସଦସ୍ୟ କରାଯାଇଛି। ଏହି ନିଯୁକ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

 

ଉଲ୍ଲେଖଯୋଗ୍ୟ, ଓଏସଏସଏସସି ଦ୍ୱାରା ଆୟୋଜିତ ଅମିନ,ଆରଆଇ, ଫରେଷ୍ଟର ସମେତ ବିଭିନ୍ନ ପରୀକ୍ଷାରେ ଅନିୟମିତତାର ଅଭିଯୋଗ ଆଣି ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ରାଜ୍ୟ ସରକାର ଏହି ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.