Latest Odisha News

BREAKING NEWS

ତିତଲି ବାତ୍ୟାରେ କ୍ଷତିଗ୍ରସ୍ତ ସମସ୍ତ ଜିଲ୍ଲା ଲାଗି ୨,୭୭୦ କୋଟିର ସହାୟତା ରାଶି ମଞ୍ଜୁର କଲେ ଓଡିଶା ସରକାର

ଭୁବନେଶ୍ୱର : ବାତ୍ୟା ତିତଲି ଯୋଗୁଁ ଦକ୍ଷିଣ ଓଡିଶାରେ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡିକ ପାଇଁ କ୍ଷୟକ୍ଷତି ବାବଦକୁ ରାଜ୍ୟ ସରକାର ସୋମବାର ଦିନ ୨,୭୭୦ କୋଟି ଟଙ୍କାର ସହାୟତା ରାଶି ଅନୁମୋଦନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ବିଷ୍ଣୁପଦ ସେଠୀ କହିଛନ୍ତି ।

ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ବିଷ୍ଣୁପଦ ସେଠୀ କହିଛନ୍ତି ଯେ, ତିତଲି କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାବାସୀଙ୍କ ସହାୟତା ବାବଦକୁ ୩୭୫ କୋଟି ଟଙ୍କା ପ୍ରଦାନ କରିବା ନେଇ ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ୧୦୨ କୋଟି ଟଙ୍କା ଦିଆଯାଇଥିବା ନେଇ ସୂଚନା ମିଳିଛି ।

ଅନ୍ୟପକ୍ଷରେ ପୁନରୁଦ୍ଧାର ଓ ମରାମତି ପାଇଁ ବିଭିନ୍ନ ବିଭାଗ କାଇ୍ୟ ମଧ୍ୟ ବ୍ୟୟବରାଦ କରାଯାଇଛି । ପଞ୍ଚାୟତିରାଜ ବିଭାଗକୁ ୬୨୪ କୋଟି, ଗୃହ ନିର୍ମାଣ ପାଇଁ ୨୧୪ କୋଟି, ଶକ୍ତି ବିଭାଗକୁ ୨୭ କୋଟି, ଯୋଗାଣ ବିଭାଗକୁ ୨୦ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୫୫ କୋଟି, ଜଳସମ୍ପଦ ବିଭାଗକୁ ୭କୋଟି, ପୂର୍ତ ବିଭାଗକୁ ୫୦ କୋଟି ଟଙ୍କା ଓ ଉଠା ଜଳସେଚନ ପ୍ରକଳ୍ପ ମରାମତି ପାଇଁ ୭.୭୪ କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ଜଣାପଡିଛି ।

ଏସଆରସି ବିଷ୍ଣୁପଦ ସେଠୀ ଆହୁରି ମଧ୍ୟ କହିଛନ୍ତି ତିତଲି ବାତ୍ୟା ପରବର୍ତ୍ତି ବନ୍ୟା ଯୋଗୁଁ ୪ଟି ଜିଲ୍ଲା ବୌଦ୍ଧ, ଢେଙ୍କାନାଳ, କନ୍ଧମାଳ ଓ ନୟାଗଡ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହାଛଡା ଏହି ବୈଠକରେ ତିତଲି ବାତ୍ୟା ଜନିତ ମାଟି ଅତଡା ଖସି ଗଞ୍ଜାମ, ଗଜପତି ଓ ରୟଗଡା ୩ଟି ଜିଲ୍ଲାରେ ସମସ୍ତ ମୃତକଙ୍କ ପରିବାର ପ୍ରତି ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.