Latest Odisha News

BREAKING NEWS

Madhubabu pension yojana: ଖୁବ ଶୀଘ୍ର ମିଳିବ ଭତ୍ତା;ପେଣ୍ଡିଂ ଆବେଦନ ଯାଞ୍ଚ ପାଇଁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ମଧୁବାବୁ ପେନସନ୍ ଯୋଜନାର ପେଣ୍ଡିଂ ଆବେଦନ ଯାଞ୍ଚ ପାଇଁ କଡ଼ା ନିର୍ଦ୍ଦେଶ । ଖୁବ୍‌ଶୀଘ୍ର ରାଜ୍ୟର ହଜାର ହଜାର ଯୋଗ୍ୟ ଆବେଦନକାରୀଙ୍କୁ ମିଳିବ ‘ମଧୁବାବୁ ପେନସନ୍ ଯୋଜନା’ର ଲାଭ । ଅଗଷ୍ଟ ୧୮ ସୁଦ୍ଧା ସରିବ ୬୩,୮୪୮ ଟି ଆବେଦନର ଯାଞ୍ଚ ପାଇଁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳଙ୍କୁ ମିଶନ ମୋଡ୍ ରେ କାମ କରିବାକୁ ସଚିବଙ୍କ ଚିଠି ।

ସମସ୍ତ ଜିଲ୍ଲାପାଳ, ଆରଡିସି ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଏହି କାର୍ଯ୍ୟ ମିଶନ୍ ମୋଡରେ ଶେଷ କରିବାକୁ କୁହାଯାଇଛି । ସରକାରୀ ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୬ଲକ୍ଷ ୭୫ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀ ଏହି ଯୋଜନାରେ ପେନସନ୍ ପାଉଛନ୍ତି । ତେବେ ଅଗଷ୍ଟ ୧୨ ସୁଦ୍ଧା ୬୩,୮୪୮ଟି ଅନଲାଇନ୍ ଆବେଦନ ଯାଞ୍ଚ ନ ହୋଇ ପଡ଼ିରହିଛି । ଏହି ଆବେଦନଗୁଡ଼ିକ ମୁଖ୍ୟତଃ ବ୍ଲକ୍ ସ୍ତରରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, ପୌରାଞ୍ଚଳ ସ୍ତରରେ ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକରେ ଅଟକି ରହିଛି ।

ଏହି ଯାଞ୍ଚ ପ୍ରକ୍ରିୟା ଦ୍ୱାରା ଅଯୋଗ୍ୟ ଆବେଦନକାରୀଙ୍କୁ ବାଦ୍ ଦିଆଯିବ, ତଥ୍ୟ ସ୍ୱଚ୍ଛ ହେବ, ସାଙ୍ଗେ ସାଙ୍ଗେ ଯୋଗ୍ୟ ବ୍ୟକ୍ତିଙ୍କୁ ପେନସନ୍ ପ୍ରଦାନର ରାସ୍ତା ଫିଟିବ ।

ମଧୁବାବୁ ପେନସନ ଯୋଜନା (MBPY) ହେଉଛି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ । ଏହା ଦ୍ୱାରା ରାଜ୍ୟର ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ ଏବଂ ଅସହାୟ ବ୍ୟକ୍ତିମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ ।

Leave A Reply

Your email address will not be published.