ଭୁବନେଶ୍ୱର: ଆଜିଠୁ ସମ୍ପୁର୍ଣ୍ଣ ଲକ୍-ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ । ବର୍ତ୍ତମାନ ସୁଦ୍ଧା ୫ଟି କରୋନା ପଜିଟିଭ ରୋଗୀ ଓଡିଶାରେ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ନେଇଛନ୍ତି ଏପରି ପଦକ୍ଷେପ ।
Live Press Briefing by Chief Secretary, Odisha on #Covid19 @Secychief https://t.co/cM0rjg7uci
— I & PR Department, Odisha (@IPR_Odisha) April 3, 2020
ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚୀବ ଅସିତ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ଏହି ନିୟମ ଲାଗୁ ହେବ । ଏହି ସମୟରେ ପର୍ବରୁ ଜାରି ହୋଇଥିବା ସମସ୍ତ ପାସ୍ ରଦ୍ଧ ହେବ । ତେବେ ଆପାତକାଳୀନ ସ୍ଥିତିରେ ପାସ୍ ଯୋଗାଇ ଦିଆଯିବ ।
ଲକ୍-ଡାଉନ୍ ସମୟରେ ସିମୀତ ଔଷଧ ଦୋକାନ ଛଡା ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ଯଦି ଏହି ସମୟରେ କେହି ବାହାରେ ବୁଲିବାରେ ଧରାପଡନ୍ତି, ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ରାଜ୍ୟରେ ୫ଟି କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏଥିରୁ ଜଣେ ଭଦ୍ରକର ଓ ଅନ୍ୟ ୪ଜଣ ଭୁବନେଶ୍ୱରର । କରୋନାଭାଇରସ୍ ଚେନ୍ ଭାଙ୍ଗିବାକୁ ଯୁଦ୍ଧକାଳୀନ ସ୍ଥିତିରେ ଏପରି ପଦକ୍ଷେପ ନିଆଯାଇଥିବା ଓ ବିନା ଅପବାଦରେ ଏହି ନିର୍ଦ୍ଦେଶକୁ ମାନିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
Comments are closed.