Latest Odisha News

BREAKING NEWS

ମହଙ୍ଗା ପଡ଼ିଲା ଢାଳ ଚିକିତ୍ସା; ପେଟରେ ନିଆଁ ଲାଗିଯିବାରୁ ଗୁରୁତର ହେଲେ ମହିଳା

ଅନୁଗୁଳ: ଗାଁ ବଇଦଙ୍କ ଗରମ ତେଲ ଢାଳ ଚିକିତ୍ସା ମହଙ୍ଗା ପଡ଼ିଲା । ବଇଦ ଜଣକ ଜଣେ ମହିଳା ରୋଗୀଙ୍କୁ ଏହି ଢାଳ ଚିକିତ୍ସାରେ ଚିକିତ୍ସିିତ କରୁଥିବା ବେଳେ ରୋଗୀଙ୍କ ପେଟରେ ନିଆଁ ଲାଗି ଯାଇଥିଲା । ସୌଭାଗ୍ୟବଶତଃ ଡାକ୍ତରଖାନାରେ ତୁରନ୍ତ ତାଙ୍କର ଚିକିତ୍ସା ହେବା ଯୋଗୁଁ ସେ ଏବେ ସୁସ୍ଥ ଅଛନ୍ତି ।

ଏଭଳି ଅଭାବନୀୟ ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସାନଦାଦର ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ ସାନଦାଦର ଗାଁର ଝିଲ୍ଲୀ ନାଏକଙ୍କ ପେଟ କାଟୁଥିଲା । ଏଥିପାଇଁ ସେ ଘରୋଇ ଚିକିତ୍ସା କରିଥିଲେ । ଗଣନ ନିକଟ ଜଣେ ଘରୋଇ ବଇଦକୁ ଡାକି ଚିକିତ୍ସା କରାଇଥିଲେ ।

ବଇଦ ଜଣଙ୍କ ମହିଳାଙ୍କ ପେଟରେ ଢାଳ ଚିକିତ୍ସା କରିଥିଲେ । ପେଟରେ ଏକ ଦୀପ ଜାଳି ତା ଉପରେ ଢାଳ ଘୋଡାଇ ଚିକିତ୍ସା କରା ଯାଇଥିଲା । ତେବେ କୌଣସି କାରଣରୁ ଦୀପଟିରୁ ନିଆଁ ପେଟରେ ଲାଗିଯିବା ସହ ଢାଳଟି ଆଉ ବାହାରି ନଥିଲା । ଫଳରେ ମହିଳା ଜଣଙ୍କ ଗୁରୁତର ହୋଇ ଯାଇଥିଲେ ।

ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ଏଠାରେ ଡାକ୍ତର ଢାଳଟି ଭାଙ୍ଗି ବାହାର କରିବା ସହ ମହିଳାଙ୍କ ଚିକିତ୍ସା କରିଛନ୍ତି । ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟ ଭଲ ଥିବା ଜଣା ପଡିଛି ।

Leave A Reply

Your email address will not be published.