Latest Odisha News

୧୮ ଆଇଏଏସ୍ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ୧୮ ଜଣ ବରିଷ୍ଠ ଅଧିକାରୀଙ୍କୁ ଅଦଳ ବଦଳ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜାରି ବିଜ୍ଞପ୍ତି ଅନୁସାରେ, ସତ୍ୟବ୍ରତ ସାହୁଙ୍କୁ ମିଳିଲା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ) ଦାୟିତ୍ୱ ମିଳିଛି । ସେହିପରି ଦେଓ ରଂଜନ କୁମାର ସିଂହ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏସିଏସ୍ । ଏହା ବ୍ୟତୀତ ସେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ (ଏସଆରସି) ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ସୁରେନ୍ଦ୍ର କୁମାରଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି ।

ସେହିପରି, ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ହେମନ୍ତ ଶର୍ମା ଦାୟିତ୍ବ ତୁଲାଇବେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ହେଲେ ବିଷ୍ଣୁପଦ ସେଠୀ । ଶାଲିନି ପଣ୍ଡିତଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରଣାଳୟ ଓ ମିଶନ ଶକ୍ତି ବିଭାଗ ଦାୟିତ୍ୱ ।

ଉଷା ପାଢ଼ୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଦାୟିତ୍ବ । ବିଶାଲ ଗଗନଙ୍କୁ ପ୍ରିନ୍ସିପାଲ ରେସିଡେଣ୍ଟ କମିଶନର ଦାୟିତ୍ବ । ଏନ୍.ବି. ଏସ୍ ରାଜପୁତ ହେଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ । ଆଶ୍ୱଥି ଏସ୍ ଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି ।

ରୂପା ରୋଶନ ସାହୁଙ୍କୁ ବ୍ରହ୍ମପୁର ଦକ୍ଷିଣ ଡିଭିଜନର ରାଜସ୍ୱ ବିଭାଗୀୟ କମିଶନର ଭାବେ ଦାୟିତ୍ବ ମିଳିଛି । ସଚିନ ରାମଚନ୍ଦ୍ର ଯାଦବ ହେଲେ ସମ୍ବଲପୁର ଉତ୍ତର ଡିଭିଜନର ରାଜସ୍ବ ବିଭାଗୀୟ କମିଶନର । ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ଭାବେ ବଲୱନ୍ତ ସିଂହଙ୍କୁ ଦାୟିତ୍ବ । ଯାମିନୀ ଷଡ଼ଙ୍ଗୀଙ୍କୁ ବାଣିଜ୍ୟକର ଓ ଜିଏସଟି କମିଶନର ଦାୟିତ୍ବ ।

ସେହିପରି ବି. ପରମେଶ୍ୱରନ ହେଲେ କଟକ କେନ୍ଦ୍ରୀୟ ଡିଭିଜନର ରାଜସ୍ୱ ବିଭାଗୀୟ କମିଶନର । ଡ. ନୂନସବଥ ଥିରୁମାଳା ନାୟକ ହେଲେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ । ଓଡ଼ିଶା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବେ ସମର୍ଥ ବର୍ମା । ଅନନ୍ୟା ଦାସଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ବ ପ୍ରଦାନ କରାଯାଇଛି ।

Comments are closed.