Latest Odisha News

BREAKING NEWS

ଯୌନ ଶୋଷଣର ଶୀକାର ହୋଇଥିବା ପୀଡ଼ିତାଙ୍କ ଲାଗି ଓଡ଼ିଶା ସରକାର ସହାୟତା ରାଶି ବୃଦ୍ଧି କଲେ

ଭୁବନେଶ୍ୱର: ଓଡ଼ିଶା ସରକାର ବୁଧବାର ଦିନ ଯୌନ ଶୋଷଣର ପୀଡ଼ିତା ତଥା ସେହି ଧରଣଣ ଯୌନ ଅପରାଧର ଶୀକାର ହୋଇଥିବା ପୀଡ଼ିତାଙ୍କ ଲାଗି ସହାୟତା ରାଶି ବୃଦ୍ଧି କରିଛନ୍ତି ।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ, ଦୁଷ୍କର୍ମ ବା ଯୌନ ଶୋଷଣର ଶୀକାର ହୋଇ ମୃତ୍ୟୁବରଣ କରିଥିବା ପୀଡ଼ିତାଙ୍କ ପରିବାରକୁ ୫ରୁ ୧୦ ଲକ୍ଷ ଟଙ୍କା ଏବଂ ଦୁଷ୍କର୍ମର ଶୀକାର ହୋଇ ବଞ୍ଚିଥିବା ପୀଡ଼ିତାଙ୍କୁ ୪ରୁ ୭ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବାକୁ ସରକାର ଘୋଷଣା କରିଛନ୍ତି ।

ଗଣଦୁଷ୍କର୍ମର ଶୀକାର ହୋଇ ଜୀବତ ଥିବା ପୀଡ଼ିତାଙ୍କୁ ୫ରୁ ୧୦ ଲକ୍ଷ ଟଙ୍କା ଏବଂ ଅପ୍ରାକୃତିକ ଯୌନ ଶୋଷଣର ଶୀକାର ହୋଇ ଜୀବିତ ଥିବା ପୀଡ଼ିତଙ୍କୁ ୪ରୁ ୭ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି ପୋଡ଼ି ଯାଇଥିବା ପୀଡ଼ିତଙ୍କ ଲାଗି ମଧ୍ୟ ସହାୟତା ରାଶି ବୃଦ୍ଧି ହେବା ଘୋଷଣା ହୋଇଛି । ଯଦି ପୋଡ଼ି ଘଟଣାରେ ମୁହଁ ଜଳିଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ ତେବେ ପୀଡ଼ିତାଙ୍କୁ ୭ରୁ ୮ ଲକ୍ଷ ଟଙ୍କା ସହାୟତା ରାଶି ତଥା ଏହି କ୍ଷେତ୍ରରେ ପୀଡ଼ିତାଙ୍କ ୫୦ ପ୍ରତିଶତ ପୋଡ଼ି ଯାଇଥିଲେ ୫ରୁ ୮ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ନେଇ ସୂଚନା ମିଳିଛି । ତେବେ ୫୦ ପ୍ରତିଶତରୁ କମ ପୋଡ଼ି ଯାଇଥିବା ପୀଡ଼ିତାଙ୍କ ଲାଗି ୩ରୁ ୫ ଲକ୍ଷ ପର୍ଯ୍ୟନ୍ତ ସହାୟତା ପାଇପାରିବେ ।

ଯଦି ଜଣେ ମହିଳା ଦୁଷ୍କର୍ମର ଶୀକାର ହେବା ସହିତ ଏସିଡ଼ ଆକ୍ରମଣର ଶୀକାର ହୋଇଥାଆନ୍ତି ତେବେ ତାଙ୍କୁ ଉଭୟ ଲାଗି ସହାୟତା ରାଶି ପ୍ରଦାନ କରାଯିବାକୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.