Latest Odisha News

BREAKING NEWS

ତିତଲି ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି

ଭୁବନେଶ୍ୱର : ବାତ୍ୟା ତିତଲିର ପ୍ରଭାବରେ ଅନେକ କ୍ଷୟକ୍ଷତି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ହୋଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର କହିଛନ୍ତି ଯେ ପୁର୍ବରୁ ୫୮ ଜଣଙ୍କର ମୃତ୍ୟୁ ପ୍ରମାଣିତ ହୋଇସାରିଛି ଏବଂ ଅନ୍ୟ ୧୯ ଜଣଙ୍କର ମୃତ୍ୟୁ କାରଣ ନେଇ ଅନୁଧ୍ୟାନ ଚାଲିଛି ।

ଆହୁରି ମଧ୍ୟ ସେ ପ୍ରକାଶ କରିଛନ୍ତି ଯେ ବାତ୍ୟା ତିତଲି ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ବନ୍ଧୀୟ ସ୍ଥିତି ଅନୁଧ୍ୟାନ ପାଇଁ ଖୁବ୍ ଶୀଘ୍ର ଏକ କେନ୍ଦ୍ରୀୟ ଟିମ୍ ଆସିବ ।

ଏଥିସହିତ ତିତଲି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଜିଲ୍ଲାରେ ପୁନରୁଦ୍ଧାର ଓ ରିଲିଫ କାର୍ଯ୍ୟ ତଦାରଖ ତଥା ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ ସେଠାକୁ ଗସ୍ତ କରିଥିବାନେଇ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.