ଭୁବନେଶ୍ୱର: ଭୟାବହ ସଂକ୍ରାମକ ରୋଗ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଭାରତରେ ୩ ଜଣ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସଂକ୍ରାମକ ରୋଗ ତଥା ରୋଗୀଙ୍କ ଲାଗି ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହିତ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି ।
ଏହି ଟୋଲ୍ ଫ୍ରି ନମ୍ବର ହେଉଛି – ୦୬୭୪-୨୩୯୦୪୬୭, ୯୪୩୯୯୯୪୮୫୭ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଦିନ ଏହି ସଂକ୍ରାମକ ରୋଗର ପ୍ରତିଶେଧମୂଳକ ଆଲର୍ଟ ଜାରି କରାଯାଇଥିଲା । ଏହି ଭୟଙ୍କର ରୋଗ ସଂକ୍ରମିତ ହୋଇ ଚୀନରେ ୫୬ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି ।
Comments are closed.