Latest Odisha News

BREAKING NEWS

ଓଡ଼ିଶା ସରକାର ଲାଗୁ କଲେ ନୂଆ ଆପାର୍ଟମେଣ୍ଟ ଆଇନ୍

ଭୁବନେଶ୍ୱର: ନୂଆ ଆପାର୍ଟମେଣ୍ଟ ଆଇନକୁ ରାଜ୍ୟ ସରକାର ଲାଗୁ କରିଛନ୍ତି । ରାଜ୍ୟ ସରକାର ଆଣିଥିବା ଆପାର୍ଟମେଣ୍ଟ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ପୂର୍ବରୁ ଥିବା ଓଡ଼ିଶା ଆପାର୍ଟମେଣ୍ଟ ୱନରସିପ୍ ଆକ୍ଟ ୧୯୮୨ ପରିବର୍ତ୍ତେ ନୂଆ ଆଇନ୍ କାର୍ଯ୍ୟକାରୀ ହେବ ।

ଏହାଦ୍ୱାରା ପୂର୍ବରୁ ଆପାର୍ଟମେଣ୍ଟ ମାଲିକ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ହେବେ ନାହିଁ । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ନୂତନ ଆଇନ୍ ସାରା ରାଜ୍ୟ ପାଇଁ ଲାଗୁ ହେବ । ଯେଉଁଥିରେ ସମସ୍ତ ଆପାର୍ଟମେଣ୍ଟ ଓ କୋଠା ଯାହାକି ୩୦ ବର୍ଷରୁ ଅଧିକ ସମୟ ପାଇଁ ଲିଜ୍ ଦିଆଯାଇଛି । ସେସବୁ ଏହି ଆଇନ୍ ଅଧିନରେ ଆସିବ ।

ଘର, ଅଫିସ୍ ଏବଂ ଅନ୍ୟ କୌଣସି ବୃତ୍ତିଗତ ସଂସ୍ଥା କାର୍ଯ୍ୟରେ ନିୟୋଜିତ ଆପାର୍ଟମେଣ୍ଟ ମଧ୍ୟ ଏହି ଆଇନ୍ ଅଧିନରେ ଆସିବ । ତେବେ ଏହି ଆଇନ୍ ସରକାରୀ ଅଫିସ୍ ଥିବା କୋଠି ପାଇଁ ଲାଗୁ ହେବ ନାହିଁ ।

Leave A Reply

Your email address will not be published.