Latest Odisha News

BREAKING NEWS

ବିର୍ଜୁ କୁଲୁଙ୍କୁ ସହାୟତା ଯୋଗାଇବେ ଓଡିଶା ସରକାର

ରାଉରକେଲା: ୨୦ ବର୍ଷ ପରେ ପାକିସ୍ତାନ ଜେଲରୁ ବିର୍ଜୁ କୁଲୁ ସୁନ୍ଦରଗଡ କୁତ୍ରା ବ୍ଲକ୍ ଅନ୍ତର୍ଗତ ଜଙ୍ଗରପଡା ଗ୍ରାମକୁ ଫେରିବାର ଗୋଟିଏ ଦିନ ପରେ ତାଙ୍କୁ ସମସ୍ତ ସହାୟତା ଯୋଗାଇବା ଲାଗି ପ୍ରକାଶ କରିଛନ୍ତି ଓଡିଶା ସରକାର ।

ଗଣମାଧ୍ୟମକୁ ସୂଚନା ଦେଇ ଡିଷ୍ଟ୍ରିକ୍ଟ ରୁରାଲ୍ ଡେଭଲପମେଣ୍ଟ ଏଜେନ୍ସି (ଡିଆରଡିଏ)ର ପ୍ରୋଜେକ୍ଟ ଡାଇରେକ୍ଟର ଭୈରବ ଚନ୍ଦ୍ର ପଟେଲ୍ କହିଛନ୍ତି ଯେ ବିର୍ଜୁଙ୍କୁ ସରକାରୀ ସହାୟତାରେ ଅନ୍ତୋଦୟ କାର୍ଡ ଓ ବିଜୁ ପକ୍କା ଘର, ରେଡ୍‌କ୍ରସ୍ ପାଣ୍ଠିରୁ ମିଳିଲା ୩୦ ହଜାର ଟଙ୍କା, ଅନ୍ତୋଦୟ କାର୍ଡରେ ୨ ମାସର ଚାଉଳ ଦିଆଯାଇଛି।

ଏଥିସହିତ ତାଙ୍କର ମାନସିକ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ନେଇ ସେ ପ୍ରକାଶ କରିଛନ୍ତି।

Comments are closed.