Latest Odisha News

BREAKING NEWS

ନରମିଲେ ସରକାର, କୋହଳ କଲେ ଟ୍ରାଫିକ ନିୟମ

ଭୁବନେଶ୍ୱର: ସାରଦେଶରେ ଲାଗୁହୋଇଥିବା ନୂଆ ଟ୍ରାଫିକ ନିୟମର କଡ଼ାକଡି ପାଳନକୁ ନେଇ ଜନ ଅସନ୍ତୋଷ ବ୍ୟାପିବା ପରେ ରାଜ୍ୟ ସରକାର ଏହାକୁ ସାମାନ୍ୟ କୋହଳ କରାଇଛନ୍ତି । ଗାଡି ଚାଳକମାନଙ୍କ ଠାରୁ ଏଥର ଏକାଧିକ ପ୍ରକାରର ଫାଇନ ବଦଳରେ କେବଳ ସିରିୟସ ଅଫେନ୍ସ କ୍ଷେତ୍ରରେ ଫାଇନ ଆଦାୟ କରାଯିବ ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ ସଚିବ ଜି.ଶ୍ରୀନିବାସନ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏକ ମାସ ପାଇଁ ପଲ୍ୟୁସନ ସାର୍ଟିଫିକେଟ ଚେକିଂକୁ କୋହଳ କରାଯାଇଛି । ପଲ୍ୟୁସନ ସାର୍ଟିଫିକେଟ ପାଇବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ । ଯେଉଁଥିପାଇଁ ପଲ୍ୟୁସନ ସାର୍ଟିଫିକେଟ ଚେକିଂ ନକରିବାକୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ ।

କେବଳ ଏତିକି ନୁହେଁ, ଏବେ ଗୋଟିଏ ଥରରେ ଏକାଧିକ ପ୍ରକାରର ଫାଇନ ମଧ୍ୟ ଦେବାକୁ ପଡିବ ନାହିଁ । କେବଳ ସିରିୟସ ଅଫେନ୍ସ କ୍ଷେତ୍ରରେ ଅଧିକାରୀ ମାନେ ଫାଇନ ଆଦାୟ କରି ପାରିବେ ବୋଲି ପରିବହନ ବିଭାଗ ସୂଚନା ଦେଇଛି ।

ସୂଚନା ଅନୁସାରେ ଯଦି କୌଣସି ଅଧିକାରୀ ଭୁଲ ବଶତଃ ଚାଳକଙ୍କ ଉପରେ ଅଧିକ ଫାଇନ୍‌ ଲଗାଇଥିବା ପ୍ରମାଣିତ ହେବ ତେବେ ନୂଆ ନିୟମ ଅନୁସାରେ ସମ୍ପୃକ୍ତ ଅଧିକାରୀଙ୍କଠାରୁ ଡବଲ ଫାଇନ ଆଦାୟ କରାଯିବ ।

ସେହିପରି ଯଦି କୌଣସି ଚାଳକ ସାଙ୍ଗରେ ଆବଶ୍ୟକୀୟ କାଗଜପତ୍ର ଆଣିନାହାନ୍ତି ଏବଂ ଫାଇନ୍‌ ପଡିଛି ସେ କ୍ଷେତ୍ରରେ ଆବଶ୍ୟକୀୟ କାଗଜପତ୍ର ଦେଖାଇବା ପରେ ଫାଇନ ଫେରସ୍ତ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ସଚିବ।

ସର୍ବାଧିକ ୧୨ ବର୍ଷର ଜଣେ ପିଲା ହିଁ ବାପା ମାଙ୍କ ସହ ବାଇକ୍‌ରେ ଯାଇପାରିବେ । ତେବେ ସମସ୍ତେ ହେଲମେଟ୍ ପିନ୍ଧିଥିଲେ ଫାଇନ୍‌ ଆଦାୟ ହେବନି ବୋଲି ପୋଲିସ କମିଶନର କହିଛନ୍ତି ।

Comments are closed.