Latest Odisha News

ମାଟ୍ରିକ ପିଲାଙ୍କ ଚାପ କମାଇବ ପରୀକ୍ଷା ଦର୍ପଣ :ପୁସ୍ତକ ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ 

ଭୁବନେଶ୍ବର :କରୋନା ସମୟରେ ମାଟ୍ରିକ ପିଲାଙ୍କ ଚାପ କମାଇବାକୁ ବଡ଼ ପ୍ରସ୍ତୁତି । ଆଜିଠାରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଖରେ ପହଞ୍ଚିବ ପରୀକ୍ଷା ଦର୍ପଣ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ଟେଷ୍ଟ ପେପରକୁ ଲୋକାର୍ପିତ କରିଛନ୍ତି । ୭ଶହ ପୃଷ୍ଠା ସମ୍ବଳିତ ଏହି ପୁସ୍ତିକାଟି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାରେ ସହାୟକ ହେବ । ମାଟ୍ରିକ ପରୀକ୍ଷାର୍ଥୀଙ୍କ ଚାପ କମାଇବାକୁ ଏହି଼ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ପ୍ରଥମଥର ପାଇଁ ରାଜ୍ୟର ସରକାରୀ, ଅନୁଦାନ ପ୍ରାପ୍ତ ଓ ବେସରକାରୀ ସ୍କୁଲର ପିଲାମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପରୀକ୍ଷା ଦର୍ପଣ । ଦଶମ ଶ୍ରେଣୀ ପିଲାମାନଙ୍କର ଶିକ୍ଷାକୁ ସହଜ ଓ ବୋଧଗମ୍ୟ କରିବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ୭୦୦ ପୃଷ୍ଠା ସମ୍ବଳିତ ଏହି ପରୀକ୍ଷା ଦର୍ପଣ ପୁସ୍ତିକା । ଏହି ୭ଶହ ପୃଷ୍ଠା ବିଶିଷ୍ଠ ବହିରେ ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଉତ୍ତର ରହିଛି ।

କୋଭିଡ ମହାମାରୀ ଯୋଗୁଁ ରାଜ୍ୟରେ ସ୍କୁଲ ଗୁଡିକ ମାର୍ଚ୍ଚ ୧୭ ତାରିଖରୁ ବନ୍ଦ ରହିଛି । ଶିକ୍ଷାଦାନକୁ ଅବ୍ୟାହତ ରଖିବା ପାଇଁ ଅନଲାଇନ କ୍ଲାସ ଚାଲିଛି । ପିଲାମାନଙ୍କ ଚାପ କମ କରିବାକୁ ୩୦ ପ୍ରତିଶତ ସିଲାବସକୁ କମାଇ ଦିଆଯାଇଛି । ଏବେ ସ୍କୁଲ ଖୋଲିବା ପରେ ଶହେ ଦିନର ଶିକ୍ଷା ଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଏହାର ଭିତରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରୀକ୍ଷା ଦର୍ପଣ ପୁସ୍ତିକା ଯୋଗାଇଦେବାକୁ ସରକାର ଯୋଜନା କରିଛନ୍ତି ।

Leave A Reply

Your email address will not be published.