Latest Odisha News

BREAKING NEWS

ବଢୁଛି ତାତି, ସଚେତନାମୂଳକ ପଦକ୍ଷେପ ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସତର୍କ ସୂଚନା ଅନୁଯାୟୀ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସୋମବାର ଦିନ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ବିଷ୍ଣୁପଦ ସେଠୀ କହିଛନ୍ତି, ରାଜ୍ୟରେ ଆସନ୍ତା ୨୨ ତାରିଖ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏହାବ୍ୟତିତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡିଶାର ପ୍ରାୟ ୮ଟି ଜିଲ୍ଲାକୁ ହଳଦିଆ (ୟେଲୋ) ୱାର୍ଣ୍ଣିଂ ଜାରି କରିଥିବା ନେଇ ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଜାରି ରହିଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ଜିଲ୍ଲାପାଳ ମାନଙ୍କୁ ଜିରୋ କାଜୁଆଲିଟି ଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଏପରିକି ବିଭିନ୍ନ ଜନଗହଳିପୂର୍ଣ୍ଣ ରାସ୍ତା, ବଜାର, ବିଭିନ୍ନ କାର୍ଯ୍ୟସ୍ଥଳୀ ଆଦି ସ୍ଥାନଗୁଡିକରେ ଜଳଛତ୍ରର ବ୍ୟବସ୍ଥା କରିବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି” ।

Leave A Reply

Your email address will not be published.