Latest Odisha News

BREAKING NEWS

୨୦୩୦ ସୁଦ୍ଧା ୭.୫ ଗିଗାୱାଟ୍ ଶକ୍ତି ଉତ୍ପାଦନ ଲକ୍ଷ୍ୟ: ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସରକାର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଦୃଢ ପ୍ରତିଶୃତିବଦ୍ଧ l ଅକ୍ଷୟ ଶକ୍ତିରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବ l ନିବେଶକଙ୍କ ପାଇଁ ଓଡ଼ିଶାର ଜଳବାୟୁ ମଧ୍ୟ ଅନୁକୂଳ ଏବଂ ଆବଶ୍ୟକୀୟ ସହାୟତା ମଧ୍ୟ ଆମେ ଯୋଗାଇଦେବା ପାଇଁ ପ୍ରସ୍ତୁତ l ପ୍ରଧାନମନ୍ତ୍ରୀ ମଧ୍ୟ ୨୦୭୦ ସୁଦ୍ଧା ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ପ୍ରେରିତ କରିଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଆଜି ଭୁବନେଶ୍ବରରେ ଗ୍ରିଡକୋ ଏବଂ ଆଇଫରେଷ୍ଟର ମିଳିତ ଆନୁକୂଲ୍ୟରେ ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟ ଅତିଥିରୂପେ ଯୋଗଦେଇ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଏହି ସମ୍ମିଳନୀର ଆୟୋଜନ ୨୦୩୦ ସୁଦ୍ଧା ୭.୫ ଗିଗା ୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ହାସଲ ନିମନ୍ତେ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଇଛି l ଏହା ରାଜ୍ୟର ୧୦.୯୫ ଗିଗା ୱାଟ୍ ଭଳି ବୃହତ ଲକ୍ଷ୍ୟ ପୂରଣରେ ସହାୟକ ହେବ l ଏହି ନିବେଶକ ସମ୍ମିଳନୀରେ ୧୫୦ରୁ ଊର୍ଦ୍ଧ୍ଵ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରୁ ଉପଭୋକ୍ତା, ୧୦୦ରୁ ଅଧିକ ସୌରଶକ୍ତି ଉତ୍ପାଦନକାରୀ ସଂସ୍ଥା ଓ ପ୍ରାୟ ୪୦୦ ଜଣ ଅଂଶଗ୍ରହଣ କରି ଓଡ଼ିଶାକୁ ସୌରଶକ୍ତିର ହବ୍ ରେ ପରିଣତ କରିବା ପାଇଁ ସଙ୍କଳ୍ପବଦ୍ଧ ହୋଇଥିଲେ l

ଏହି ଅବସରରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ସମ୍ମିଳନୀରେ କହିଥିଲେ ଯେ, ଓଡ଼ିଶା ଶକ୍ତି କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଦିଗରେ ଆଗେଇ ଚାଲିଛି l ବିଶ୍ବରେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସ୍ଵଚ୍ଛ ଓ ସୁଲଭ ଉପାୟରେ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦିଆଯାଉଛି l

ମୋଟ ୨୯୩୮ ମେଗା ୱାଟର ଅକ୍ଷୟ ଶକ୍ତିରୁ ୨୧% କେବଳ ସୌର ଶକ୍ତିରୁ ରହିଛି l ଏଥିରେ ୫୦୮ ମେଗା ୱାଟ ଗ୍ରାଉଣ୍ଡ- ମାଉଣ୍ଟେଡ, ୫୮ ମେଗା ୱାଟ ରୁଫଟପ୍ ଏବଂ ୪୨ ମେଗା ୱାଟ କ୍ଷମତା ବିଶିଷ୍ଟ ଅଫ୍ ଗ୍ରୀଡ ସୌର ଶକ୍ତି ଅନ୍ତର୍ଭୁକ୍ତ l ୧୩୪୩ ମେଗା ୱାଟ ଅକ୍ଷୟ ଶକ୍ତିରୁ ୨୮% କାର୍ଯ୍ୟର ଅଗ୍ରଗତି ଜାରି ରହିଛି l ଶ୍ରେଷ୍ଠ ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼, ଅନୁଗୁଳ, ବଲାଙ୍ଗିର, ଝାରସୁଗୁଡ଼ା,ଓ ଢେଙ୍କାନାଳ ପ୍ରମୁଖ ରହିଛି l

Leave A Reply

Your email address will not be published.