Latest Odisha News

BREAKING NEWS

ଆଇପିଏଲ୍ ନିଲାମରେ ରେକର୍ଡ: ସାମ କୁରେନଙ୍କୁ ୧୮.୫୦କୋଟି ଟଙ୍କାରେ କିଣିଲା ପଞ୍ଜାବ

କୋଚି: କୋଚିରେ ଆରମ୍ଭ ହେଲା ଆଇପିଏଲ ୨୦୨୩ ନିଲାମ । ସବୁଠୁ ଅଧିକ ଦାମରେ ବିକ୍ରିହେଲେ ଇଂଲଣ୍ଡ ଖେଳାଳି ସାମ୍ କୁରେନ୍ । ପଞ୍ଜାବ କିଙ୍ଗସ୍ ତାଙ୍କୁ ୧୮.୫୦ କୋଟି ଟଙ୍କାରେ କିଣିଛି । ଯାହା ଆଇପିଏଲ୍ ନିଲାମ ଇତିହାସରେ ରେକର୍ଡ । ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିଲା । ପ୍ରଥମ ନିଲାମ କେନ୍ ଓ୍ୱିଲିୟମସନଙ୍କ ପାଇଁ ଡକାଯାଇଥିଲା । ଓ୍ୱିଲିୟମସନଙ୍କ ପାଇଁ କେବଳ ଗୁଜରାଟ ଟାଇଟନ୍ସ ନିଲାମ ଡାକି ୨ କୋଟି ଟଙ୍କାରେ କିଣିଲା ।

ଅଷ୍ଟ୍ରେଲିୟ ଖେଳାଳି କ୍ୟାମରୁନ ଗ୍ରୀନଙ୍କୁ ମୁମ୍ୱାଇ ଇଣ୍ଡିଆନ୍ସ ୧୭.୫୦ କୋଟି ଟଙ୍କାରେ କିଣିଛି । ଇଂଲଣ୍ଡ କ୍ରିକେଟିଅର ବେନ୍ ଷ୍ଟୋକ୍ସଙ୍କୁ ଚେନ୍ନାଇ ସୁପରକିଙ୍ଗସ୍ ୧୬.୨୫ କୋଟିରେ ନିଲାମ ନେଇଛି । ନିକୋଲାସ ପୁରନ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ରେ ୧୬.୨ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି ।

ହ୍ୟାରୀ ବ୍ରୁକଙ୍କୁ ସନରାଇଜର୍ସ ହାଇଦ୍ରାବାଦ୍ ୧୩.୨୫ କୋଟି ଟଙ୍କାରେ କିଣିଛି । ହ୍ୟାରୀ ବ୍ରୁକଙ୍କ ବେସ୍ ପ୍ରାଇସ୍ ମାତ୍ର ୧.୫ କୋଟି ଟଙ୍କା ଥିଲା । ବ୍ରୁକଙ୍କ ପାଇଁ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଟଣାଓଟରା ଲାଗିଥିଲା ।


ଜୋ ରୁଟ୍, ରିଲି ରୁସୋ, ସକୈବ ଅଲ୍ ହାସନ୍ ଅନସୋଲ୍ଡ ରହିଛନ୍ତି ।

 

Leave A Reply

Your email address will not be published.