Latest Odisha News

ଚିଲିକାରେ ପ୍ରତିଷ୍ଠା ହେବ ପକ୍ଷୀ ସଂଗ୍ରହାଳୟ

ଭୁବନେଶ୍ୱର: ଓଡିଶା ସରକାର ରାଜ୍ୟରେ ପକ୍ଷୀ ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି।

ଏହାର ଜୈବ ବିବିଧତା ଏବଂ ବିଦେଶାଗତ ପକ୍ଷୀଙ୍କ ଆଗମନ ପାଇଁ ଜଣାଶୁଣା ଚିଲିକା ହ୍ରଦ ନିକଟରେ ଏହି ପ୍ରସ୍ତାବିତ ସଂଗ୍ରହାଳୟ ପ୍ରତିଷ୍ଠା ହେବାର ଯୋଜନା ରହିଛି। ଏହି ହ୍ରଦକୁ ଶୀତ ଋତୁରେ ଦୂର ସ୍ଥାନରୁ ଲକ୍ଷ ଲକ୍ଷ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ।

୫ମ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବକୁ ଉଦଘାଟନ କରିବା ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏନେଇ ଘୋଷଣା କରିଛନ୍ତି। ଚିଲିକା, ବରକୁଲ ଏବଂ ନଳବଣରେ ପ୍ରସ୍ତାବିତ ପକ୍ଷୀ ସଂଗ୍ରହାଳୟ କେଉଁ ସ୍ଥାନରେ କରାଯିବ ସେନେଇ ରାଜ୍ୟ ସରକାର ବିଚାରବିମର୍ଶ କରୁଛନ୍ତି।

ଏଥିପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟି ବା ସିଡିଏ ସହ ପର୍ୟ୍ୟଟନ ବିଭାଗ ମିଶି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ।

ଜାନୁୟାରୀ ୧୨ ପର୍ଯ୍ୟନ୍ତ ପଞ୍ଚମ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଅନୁଷ୍ଠିତ ହେବ। ଅପରପକ୍ଷରେ ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୮ତମ ପ୍ରଭାସ ଭାରତୀ ଦିବସ ଆୟୋଜିତ ହେବ। ପ୍ରବାସୀ ଭାରତୀୟ ସମ୍ମିଳନୀରେ ବିଭିନ୍ନ ଦେଶରୁ ଅନେକ ଅତିଥି ଓଡ଼ିଶା ଆସୁଛନ୍ତି। ସେହି ପ୍ରବାସୀ ଭାରତୀୟଙ୍କୁ ଚିରଶୋଭାମୟୀ ଚିଲିକାର ସୌନ୍ଦର୍ଯ୍ୟ ଦେଖିବାର ସୁଯୋଗ ମିଳିବ।

ଚଳିତଥର ପ୍ରବାସୀ ଭାରତୀୟହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସଡର । ଚିଲିକା ବିହଙ୍ଗ ମହୋତ୍ସବ ପାଇଁ ଜଙ୍ଗଲ ଓ ପର୍ଯ୍ୟଟନ ବିଭାଗ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

 

 

Leave A Reply

Your email address will not be published.