Latest Odisha News

BREAKING NEWS

ଠାକୁରାଣୀଙ୍କ ଅଳଙ୍କାର ଚୋରି ମାମଲା, ୩ ଜଣଙ୍କୁ ଗିରଫ କଲା ପୁରୀ କୁମ୍ଭାରପଡ଼ା ପୋଲିସ

ପୁରୀ : ପୁରୀ ରେଡ୍ କ୍ରସ ରୋଡ଼ ସ୍ଥିତ ରାମଚଣ୍ଡୀ ମନ୍ଦିରରୁ ଠାକୁରାଣୀଙ୍କ ଅଳଙ୍କାର ଚୋରି ମାମଲା ପୋଲିସର କାର୍ଯ୍ୟାନୁଷ୍ଠାନ । ଚୋରି ମାମଲାରେ ୩ ଜଣଙ୍କୁ ଗିରଫ କରିଛି କୁମ୍ଭାରପଡ଼ା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସତ୍ୟବାଦୀର ଶ୍ରୀଧର ମିଶ୍ର, ଖୋର୍ଦ୍ଧା ବାଲିଅନ୍ତାର ଅକ୍ଷୟ ଦାସ ଓ ପୁରୀ ସଦର ଅଞ୍ଚଳର କୃଷ୍ଣଚନ୍ଦ୍ର ବେହେରା । ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗତ ୨୪ ତାରିଖ ରାତିରେ ରାମଚଣ୍ଡୀ ମନ୍ଦିରରୁ ଅଭିଯୁକ୍ତ ମାନେ ହୁଣ୍ଡି ଭାଙ୍ଗି ୧୫ ହଜାର ଟଙ୍କା ସହ ଠାକୁରାଣୀଙ୍କ ସୁନା ଗହଣା ଆଦି ଲୁଟି ନେଇଥିଲେ । ଘଟଣାରେ ପୋଲିସ ଏକ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁରୀ ଭିଆଇପି ରୋଡର ଝାଡେଶ୍ବରୀ ଛକରେ ଏକ ବାଇକରେ ଅଭିଯୁକ୍ତ ମାନେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି । ଏଥିସହ ଚୋରି ହୋଇଥିବା ଅଳଙ୍କାରୁ ପୋଲିସ ଜବତ କରିଛି ।

Leave A Reply

Your email address will not be published.