Latest Odisha News

BREAKING NEWS

ଭୁବନେଶ୍ବରରେ ପହଞ୍ଚିଲା ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ ଟିକା

ଭୁବନେଶ୍ବର : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହା ପୂର୍ବରୁ ଆଜି ଭୁବନେଶ୍ବରରେ ପହଞ୍ଚିଛି ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ ଟିକା । ୧୮ରୁ ୪୪ ବର୍ଷ ବର୍ଗଙ୍କୁ ଏହି ଟିକା ଦିଆଯିବ । ତେବେ ଆସନ୍ତାକାଲି ସପ୍ତାହାନ୍ତ ସଟ୍‌ଡାଉନ୍‌ ଥିଲେ ବି ଟ୍ରାଏଲ ବେସ୍‌ରେ କିଛି ଲୋକଙ୍କୁ ଟିକା ଦିଆଯିବ । ତେବେ ଆସନ୍ତା ସୋମବାରରୁ କେବଳ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଟିକାକରଣ ହେବ ବୋଲି ଜଣାପଡିଛି ।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏହି ଟିକାକୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ଲୋକଙ୍କୁ ପ୍ରଦାନ କରାଯିବ । ଯେଉଁମାନେ ଟିକା ନେବା ପାଇଁ କୋୱିନ୍ ୱେବସାଇଟରେ ନିଜର ନାଁ ପଞ୍ଜିକରଣ କରିଥିବେ, ସେମାନଙ୍କକୁ ଟିକା ପ୍ରଦାନ କରାଯିବ । ସେହିପରି ରାଜ୍ୟରେ ଆବଶ୍ୟକ ପରିମାଣ ଟିକା ନଥିବାରୁ ଆସନ୍ତାକାଲି ଠାରୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ ହେଉନାହିଁ । ଅଧିକ ଟିକା ପ୍ରଦାନ ପାଇଁ ଦୁଇ ଉତ୍ପାଦକ କମ୍ପାନୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.