Latest Odisha News

BREAKING NEWS

ନାରୀ ନିର୍ଯ୍ୟାତନା: ଦେଶରେ ଓଡ଼ିଶାର ସ୍ଥାନ ଦ୍ଵିତୀୟ

ନୂଆଦିଲ୍ଲୀ: ଓଡ଼ିଶାରେ ନାରୀ ଅସୁରକ୍ଷିତ ।ଦେଶରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ବିଭିନ୍ନ ଅପରାଧର ତାଲିକାର ଟପ ୧୦ରେ ଓଡିଶା । ନ୍ୟାସନାଲ କ୍ରାଇମ ରେକର୍ଡ଼ ବ୍ୟୁରୋ(ଏନସିଆରବି) ପକ୍ଷରୁ ପ୍ରକାଶିତ ‘କ୍ରାଇମ ଇଣ୍ଡିଆ-୨୦୧୭’ ତଥ୍ୟରୁ ଏହି କଥା ଜଣା ପଡ଼ିଛି ।

ଏଥିରେ ପ୍ରକାଶିତ ତଥ୍ୟ ଅନୁସାରେ ମହିଳା ମାନଙ୍କୁ ନିର୍ଯାତନା ଦେବାରେ ସାରା ଦେଶ ମଧ୍ୟରୁ ଓଡିଶା ଦ୍ଵିତୀୟ ସ୍ଥାନରେ ରହିଛି। ଏହାସହ ଓଡିଶା ଅସଦାଚରଣରେ ଦେଶର ସ୍ଥାନ ଚତୁର୍ଥ ଓ ଦୁଷ୍କର୍ମରେ ପଞ୍ଚମ ସ୍ଥାନରେ ରହିବାର ଅପବାଦ ମୁଣ୍ଡାଇଛି ।

‘ଏନସିଆରବି’ର ତଥ୍ୟ ମୁତାବକ ୨୦୧୭ରେ ଓଡ଼ିଶାରେ ୧୧୩୪ ଟି ଯୌନ ନିର୍ଯାତନା ମାମଲା ଓ ୯୧୩୨ ଟି ଅସଦାଚରଣ ମାମଲା ଓ ୨୦୭୦ ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ପ୍ରତିଦିନ ୬ଟି ମାମଲା ରୁଜୁ ହୋଇଛି ।

ସବୁଠାରୁ ଉଦବେଗର କଥା ହେଲା ଏତେସବୁ ମାମଲା ପରେ ମଧ୍ୟ ଏହାର ଦଣ୍ଡବିଧାନ ହାର ନୈରାଶ୍ୟ ଜନକ ।

ରିପୋର୍ଟ ଅନୁସାରେ ୨୦୦୭ରେ ଏହାଥିଲା ମାତ୍ର ୭.୪ %, ଯାହାକି ସାରଦେଶରେ ପଞ୍ଚମ ସର୍ବନିମ୍ନ । ଏହାସହ ୩୭୨ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୪୬୬୯ ମାମଲାରେ ଅଭିଯୁକ୍ତ ଖସି ଯାଇଛନ୍ତି । ସେହିପରି ନାରୀ ନିର୍ଯ୍ୟାତନାର ୯୪.୭ % ମାମଲା ପଡିରହିଛି ।

Comments are closed.